ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଅଯୋଗ୍ୟ’ ଘୋଷିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେଶୀ ।

81

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ବରିଷ୍ଠ ଉପସଭାପତି ଶାହ ମେହମୁଦ କୁରେଶି ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଏବେ ରାୱଲପିଣ୍ଡିର ଆଡିଆଲା ଜେଲରେ ରହିଛନ୍ତି । ଜେଲରେ ଅଛନ୍ତି ବୋଲି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ କୁରେଶୀଙ୍କ ଆବେଦନକୁ ନିର୍ବାଚନ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛି ।

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ଦଳର ବରିଷ୍ଠ ଉପସଭାପତି ଶାହ ମହମୁଦ କୁରେଶୀଙ୍କୁ ଫେବୃଆରୀ ୮ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିର୍ବାଚନ ଟ୍ରିବ୍ୟୁନାଲ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯାଇଛି । ରବିବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ‘ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍’ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ନିର୍ବାଚନ ଟ୍ରିବ୍ୟୁନାଲ ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ କୁରେଶୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ପାକିସ୍ତାନ ନିର୍ବାଚନ ଟ୍ରିବ୍ୟୁନାଲ୍ ୬୭ ବର୍ଷିୟ କୁରେଶୀଙ୍କୁ ସିନ୍ଧର ଉମରକୋଟ ସହରର NA-214 ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦେଇଥିବାବେଳେ ପଞ୍ଜାବ ପ୍ରଦେଶର ମୁଲତାନରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି । ଗୁପ୍ତ ଦଲିଲ ଲିକ୍ ମାମଲାରେ କୁରେଶୀ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି ।କୁରେଶିଙ୍କ ଆବେଦନ ପ୍ରତ୍ୟାଖ୍ୟାନ ହୋଇଛିପୂର୍ବତନ ବୈଦେଶିକ ମନ୍ତ୍ରୀ NA-150 Multan-3, NA-151 Multan-4 ଏବଂ PP-218, PP-219 ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ମୁଲତାନ ହାଇକୋର୍ଟ ବାର ଆସୋସିଏସନ ସଭାପତି ରାଣା ଆସିଫ ସଇଦ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱ ଅଧିକାର ଫେରାଇ ଆଣିବା ପାଇଁ କୁରେଶୀଙ୍କ ଆବେଦନକୁ ନିର୍ବାଚନ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛନ୍ତି ।