ହ୍ୟାକ୍ ହେଲା ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ୍ ! ଭାରତକୁ ସନ୍ଦେହ କରୁଛି ପାକିସ୍ତାନ ।

ହ୍ୟାକ୍ ହେଲା ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ୍ ! ଭାରତକୁ ସନ୍ଦେହ କରୁଛି ପାକିସ୍ତାନ ।

Times Now

ପାକିସ୍ତାନ ବିଦେଶୀ ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିବା ଖବର ମିଳିଛି। ଏଥିନେଇ ଭାରତୀୟ ହ୍ୟାକରଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛି ପାକିସ୍ତାନ। ଗତକାଲି ପାକିସ୍ତାନୀ ବିଦେଶ ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍ ହୋଇଥିଲା। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ୍ ଫୈସଲ କହିଛନ୍ତି ପାକିସ୍ତାନରେ ଏହି ୱେବସାଇଟ୍ ଠିକ୍ ଭାବେ କାମ କରୁଛି, ମାତ୍ର କେତେକ ଦେଶରେ ତାହା ସୁଚାରୁରୂପେ କାମ କରୁନଥିବାର ଅଭିଯୋଗ ଆସିଥିଲା। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ,ହଲାଣ୍ଡ,ଅଷ୍ଟ୍ରେଲିଆ ,ବ୍ରିଟେନ୍ ଓ ସାଉଦି ଆରବ ଆଦି ଦେଶରୁ ଅଭିଯୋଗ ମିଳିଥିଲା ଯେ ୱେବସାଇଟ୍ ସଠିକ୍ ଚାଲୁ ନାହିଁ।

publive-image

ଆହୁରି ମଧ୍ୟ କୁହାଯାଉଛି ଯେ ମନ୍ତ୍ରାଳୟର ୱେବସାଇଟ୍ ସାଉଦୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କର ପାକିସ୍ତାନ ଗସ୍ତ ଓ କାଶ୍ମୀରକୁ ନେଇ ସୂଚନା ଓ ଖବର ପ୍ରସାରିତ ହେଉଥିବା କାରଣରୁ ହ୍ୟାକିଂ ହୋଇଛି। ଏହାପରେ ଭାରତ ଉପରେ ସନ୍ଦେହ ଉପୁଜିଛି ବୋଲି ସେ କହିଛନ୍ତି । ଜମ୍ମୁ-କାଶ୍ମୀରର ପୁଲଓ୍ଵାମାଠାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଭାରତ-ପାକ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe