ପୁଣି ପାକିସ୍ତାନକୁ ପାନେ! ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଇବାରେ ବିଫଳ ହୋଇଛି ପାକିସ୍ତାନ, ଆତଙ୍କୀଙ୍କୁ ଅଡୁଆ କଲା ଆମେରିକା ରିପୋର୍ଟ

Advertisment
ପୁଣି ପାକିସ୍ତାନକୁ ପାନେ! ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଇବାରେ ବିଫଳ ହୋଇଛି ପାକିସ୍ତାନ, ଆତଙ୍କୀଙ୍କୁ ଅଡୁଆ କଲା ଆମେରିକା ରିପୋର୍ଟ

କନକ ବ୍ୟୁରୋ: ଯେ ପାଞ୍ଚେ ପରର ମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଏହି ଉକ୍ତି ଏବେ ବାସ୍ତବରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ବିଶ୍ୱରେ ଆତଙ୍କୀ ରାଜ ଚଳାଇଥିବା ପାକିସ୍ତାନକୁ ପୁଣି ଏକ ଶକ୍ତ ଝଟକା ଲାଗିଛି ।  ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଛି ପାକିସ୍ତାନ  । ଏନେଇ ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । 

publive-imageଆମେରିକା ବର୍ହିବ୍ୟାପାର ବିଭାଗ ଦ୍ୱାରା ପ୍ରକାଶ ପାଇଥିବା କଣ୍ଟ୍ରି ରିପୋର୍ଟ ଅନ୍ ଟେରୋରିଜିମ୍-୨୦୧୮ ରିପୋର୍ଟରେ ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସବୁଠାରୁ ବଡ଼କଥା ହେଲାକି, ପାକିସ୍ତାନରେ ମୁଣ୍ଡ ଟେକିଥିବା ଆଫଗାନିସ୍ତାନର ତାଲିବାନ୍ ଆତଙ୍କବାଦୀ ସଂଗଠନ ଦ୍ୱାରା ତାଲିମ୍ କାର୍ଯ୍ୟ ଜାରି ରହିଛି । ଆଉ ପାକିସ୍ତାନର ରାଜନୈତିକ ନେତା ତାଲିବାନ୍ ଆତଙ୍କବାଦୀ ସଂଗଠନକୁ ଖୋଲାଖୋଲି ସମର୍ଥନ ଦେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । 

ଅନ୍ୟପଟେ ୨୦୧୮ ଜୁଲାଇ ମାସ ଶେଷ ସୁଦ୍ଧା, ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ଆତଙ୍କବାଦୀ ହାଫିଜ୍ ସଇଦ୍ ମିଲ୍ଲି ମୁସଲିମ୍ ଲିଗ୍ ଗଠନ କରି ନିର୍ବାଚନ ମଧ୍ୟ ଲଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି । ସେପଟେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ୍-ଇ-ମହମ୍ମଦ୍ , ଲଶ୍ମର-ଇ-ତୋଏବା ଏବଂ ଜମାତ୍-ଉଦ୍-ଦାଓ୍ବା ଆତଙ୍କବାଦୀ ସଂଗଠନର ପାଣ୍ଠି ସଂଗ୍ରହ ଲଗାତାର ବଢୁଥିବା ଏହି ରିପୋର୍ଟରେ ଉଲ୍ଲେଖ ରଖାଯାଇଛି । ଆଉ ଏହାକୁ ନେଇ ଆତଙ୍କୀ ରାଷ୍ଟ୍ର ଭାବେ ଘୋଷିତ ହୋଇଥିବା ପାକ୍ ଚିନ୍ତାରେ ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe