ପାକିସ୍ତାନ ଛାତିରେ କାଶ୍ମୀର ତାତି ! ଭାରତ ବିରୋଧରେ ଷଡ଼ଯନ୍ତ୍ର ଯୋଗୁଁ ଚାରିଆଡୁ ସମାଲୋଚନା, ପରେ ହୋଇଥିଲା ଏକ ଘରକିଆ ।

Advertisment
ପାକିସ୍ତାନ ଛାତିରେ କାଶ୍ମୀର ତାତି ! ଭାରତ ବିରୋଧରେ ଷଡ଼ଯନ୍ତ୍ର ଯୋଗୁଁ ଚାରିଆଡୁ ସମାଲୋଚନା, ପରେ ହୋଇଥିଲା ଏକ ଘରକିଆ ।

କନକ ବ୍ୟୁରୋ: ଜାମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମ ସୀମା ଛୁଇଁଥିଲା । ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଥିବା ଖବର ମଧ୍ୟ ଭାରତୀୟ ଗୁଇନ୍ଦା ସଂସ୍ଥା ହସ୍ତଗତ ହୋଇଥିଲା । ଏପରିକି ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମିଳିବା ପରେ ଲଦାଖ ସୀମା ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିଥିଲା । ସେପଟେ ପାକ୍ ସେନା ଭାରତ ବିରୋଧରେ ପ୍ରତିଶୋଧ ପରାୟଣ ହୋଇଥିବାରୁ ଏକ ଘରକିଆ ହୋଇଥିଲା ।

ସ୍କ୍ୱାର୍ଡ ବାୟୁସେନା ଘାଟି ଠିକ କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିପରୀତ ପାଶ୍ୱର୍ରେ ଥିବାରୁ କଡା ନଜର ରଖିିଥିଲା । କାରଣ ଭାରତୀୟ ଗୁଇନ୍ଦା ସଂସ୍ଥା ସହ ସ୍ଥଳସେନା ଓ ବାୟୁସେନା ମଧ୍ୟ ସଜାଗ ରହିଥିଲା । ପାକିସ୍ତାନ ବିମାନ ଘାଟିକୁ ଉପକରଣ ସହ ଯୁଦ୍ଧ ବିମାନ ପଠାଇଛି ଖବର ମିଳିବା ପରେ ପରେ ସନ୍ଦେହ କରିଥିଲା ଭାରତୀୟ ଗୁଇନ୍ଦା ସଂସ୍ଥା । ଅନେକ ବର୍ଷ ଧରି ପାକିସ୍ତାନ ସି-୧୩୦ ପରିବହନ ବିମାନ ବ୍ୟବହାର କରିଆସୁଛି । ହେଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ଲଦାଖ ସୀମାରେ ପରିବହନ ବିମାନ ଜରିଆରେ ଉପକରଣ ପଠାଇବା ସନ୍ଦେହ କରି ସତର୍କ କରାଇଥିଲା ଗୁଇନ୍ଦା ସଂସ୍ଥା ।

ସେପଟେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ସବୁ ମାମଲାର ଶୁଣାଣି ପାଇଁ ମଧ୍ୟ ଆବେଦ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ନେଇ ଜମ୍ମୁକାଶ୍ମୀରରେ ସରକାର ଜାରି କରିଥିବା କଟକଣା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ କିଛି ସାମାଜିକ କର୍ମୀ । ଯାହାକୁ ନେଇ ଅନେକ ତୀବ୍ର ସାମଲୋଚନାର ସ୍ୱର ମଧ୍ୟ ଉଠିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe