କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଆଉ ଏକ ନୂଆ ସମସ୍ୟା ଦେଖାଦେଇଛି । ପାକିସ୍ତାନରେ ଥିବା ଡାକ୍ତରଖାନାଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଖାଦେଇଛି । ଡାକ୍ତରଖାନାରେ ମୁଣ୍ଡବିନ୍ଧା ପାଇଁ ଡିସପ୍ରିନ, ଇନସୁଲିନ ଓ ଅନ୍ୟ ଜରୁରୀ ଔଷଧ ଏବେ ମିଳୁନାହିଁ । ଦେଖାଦେଇଥିବା ସାମ୍ପ୍ରତିକ ସଙ୍କଟ ଯୋଗୁଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି ଏବଂ ଏହି କାରଣରୁ ପଡୋଶୀ ଦେଶ ବିଦେଶରୁ ଅତ୍ୟାବଶ୍ୟକ ଔଷଧ ଆମଦାନୀ କରିବାରେ ସକ୍ଷମ ହୋଇପାରୁନି ପାକିସ୍ତାନ ।

Advertisment

କେବଳ ଏତିକି ନୁହେଁ, ଘରୋଇ ଉତ୍ପାଦନ ପାଇଁ ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ନୁହେଁ । ରିପୋର୍ଟ ଅନୁଯାୟୀ, ଅନେକ ଘରୋଇ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଔଷଧ ଉତ୍ପାଦନ ବନ୍ଦ କରିଦେଇଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଅବସ୍ଥା ଖରାପ ରହିଛି । ଏହି କାରଣରୁ ଡାକ୍ତରମାନଙ୍କୁ ନିର୍ଦ୍ଧାରିତ ଅସ୍ତ୍ରୋପଚାର ମଧ୍ୟ ସ୍ଥଗିତ ରଖିବାକୁ ପଡିଛି । ଏବଂ ଆବଶ୍ୟକ ଔଷଧ ଏବଂ ଯନ୍ତ୍ରପାତି ଅଭାବରୁ ସେମାନେ ରୋଗୀମାନଙ୍କ ଉପରେ ଅପରେସନ୍ କରିପାରୁ ନାହାନ୍ତି । ହାର୍ଟ, କିଡନୀ ଏବଂ କ୍ୟାନସର ଅପରେସନ୍ ଭଳି ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆନାସଥେଟିକ ଆବଶ୍ୟକ ରହିଛି ।

ଯାହା ଶେଷ ହେବାକୁ ଆଉ ଦୁଇ ସପ୍ତାହ ବାକି ରହିଛି । ଆମଦାନି ଉପରେ ପାକିସ୍ତାନର ଔ ଷଧ ବଜାର ସମ୍ପୂର୍ଣ୍ଣ ନିର୍ଭରଶୀଳ । ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲର ୯୫% ଆମଦାନୀ ହୋଇଥାଏ । ଭାରତ-ଚୀନ୍ ସମେତ ଅନ୍ୟ ଦେଶରୁ ପାକିସ୍ତାନ ଅତ୍ୟାବଶ୍ୟକ କଂଚାମାଲ ଆମଦାନୀ କରିଥାଏ । ଏବେ ଆମଦାନୀ ବନ୍ଦ ହେତୁ ଏଠାରେ ଚିକିତ୍ସା ମଧ୍ୟ ମହଙ୍ଗା ହୋଇପାରେ । ଡ୍ରଗ୍ ଉତ୍ପାଦନ ଶିଳ୍ପଗୁଡିକ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କଂଚାମାଲ ଶୀଘ୍ର ଆମଦାନୀ ନହେବ, ତେବେ ଏଠାରେ ଔଷଧର ମୂଲ୍ୟ ବୃଦ୍ଧି ନିଶ୍ଚିତ ହେବ ।