କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଫିସିଆଲ ସିକ୍ରେଟ୍ ଅଫ ଆକ୍ଟ ଅନୁଯାୟୀ ଉଭୟଙ୍କୁ ଦଣ୍ଡିତ କରାଯାଇଛି । ସାଇଫର ହେଉଛି ପାକିସ୍ତାନର ଜାତୀୟ ସୁରକ୍ଷା ସହ ଜଡିତ ଏକ ମାମଲା । ଗୁପ୍ତ ତଥ୍ୟର ବ୍ୟକ୍ତିଗତ ବ୍ୟବହାର ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ ରହିଛି । କ୍ଷମତାଚ୍ୟୁତ ହେବା ପରେ ଆମେରିକା ଉପରେ ସେ ଅଭିଯୋଗ ଆଣିଥିଲେ । ଗାଦିଚ୍ୟୁତ ପଛରେ ଆମେରିକାର ହାତ ଥିବା ସେ କହିଥିଲେ । ୱାସିଂଟନରେ ଥିବା ପାକିସ୍ତାନ ଦୂତାବାସ ତାଙ୍କୁ ଏକ କେବୁଲ ପଠାଇଥିଲା । ରାଜନୈିତିକ ଫାଇଦା ପାଇଁ ଇମ୍ରାନ ଏକ ବିବାଦୀୟ କୁଟନୈତିଜ୍ଞ ବାର୍ତାଳାପକୁ ସାର୍ବଜନୀନ କରିଥିଲେ । ଯାହା ହେଉଛି ସିଫର ମାମଲା ।
ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।
/kanak/media/post_attachments/wp-content/uploads/2024/01/31-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)