ଫେବୃଆରୀ ୮ ରେ ହିଁ ହେବ ନିର୍ବାଚନ : ପାକିସ୍ତାନ ନିର୍ବାଚନ  ଆୟୋଗର ବଡ ନିଷ୍ପତି ।

57

ଫେବୃଆରୀ ୮ ରେ ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିବା ପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ସିନେଟ୍ ଦେଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ଆୟୋଗ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ସ୍ଥଗିତ ରଖିବା ଉପଯୁକ୍ତ ହେବ ନାହିଁ ।

ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ ର ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଥିବା ସିନେଟର ପ୍ରସ୍ତାବକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଛି । ଏହି ପ୍ରସ୍ତାବ ସିନେଟ ଦ୍ଵାରା ଚଳିତ ମାସ ଆରମ୍ଭରେ ପାରିତ ହୋଇଥିଲା । ପାକିସ୍ତାନର ନିର୍ବାଚନ ଆୟୋଗ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ସ୍ଥଗିତ ରଖିବା ଅନୁଚିତ, ତେଣୁ ବର୍ତ୍ତମାନ ନିର୍ବାଚନ କେବଳ ଫେବୃଆରୀ  ୮ ରେ ହିଁ ହେବ ।

ଜାନୁଆରୀ ୫ ରେ ସଂସଦର ଉପର ଗୃହ ସିନେଟ ସାଧାରଣ ନିର୍ବାଚନରେ ​​ବିଳମ୍ବ କରିବାକୁ ଦାବି କରିଥିଲା । ଏହି ପ୍ରସ୍ତାବ ପରେ ଦେଶରେ ରାଜନୈତିକ ଅନିଶ୍ଚିତତା ବୃଦ୍ଧି ପାଇଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ଆୟୋଗ ଏହାର ନିଷ୍ପତ୍ତି ଦେଇଛନ୍ତି ଏବଂ କହିଛନ୍ତି ଯେ କୌଣସି ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ଏହିପରି ସ୍ଥଗିତ ରଖାଯାଇପାରିବ ନାହିଁ ।

ନିର୍ବାଚନ ଆୟୋଗଙ୍କ ବିବୃତ୍ତିପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଏହା ପାରିତ ହୋଇଥିବା ସଂକଳ୍ପକୁ ବିଚାର କରିଛି ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ‘ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା’ ଏବଂ ‘ଭୋଟର ଅନୁକୂଳ ପରିବେଶ’ ପ୍ରଦାନ କରିବାକୁ ତଦାରଖକାରୀ କେନ୍ଦ୍ର ଏବଂ ପ୍ରାଦେଶିକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଏହା ସମସ୍ତ ପ୍ରସ୍ତୁତି ଚଳାଇଛି ବୋଲି ଆୟୋଗ କହିଛନ୍ତି । ଏହା ସହିତ ଆୟୋଗ କହିଛନ୍ତି ଯେ ଫେବୃଆରୀ ୮ , ୨୦୨୪ ରେ ପାକିସ୍ତାନର ନୂତନ ୱାଜିର-ଏ-ଆଜମ ନିର୍ବାଚିତ ହେବ । ସାଧାରଣ ନିର୍ବାଚନ ଏବଂ ସ୍ଥାନୀୟ ନିର୍ବାଚନ ସବୁବେଳେ ଶୀତଦିନରେ ଅନୁଷ୍ଠିତ ହୋଇଥାଏ ।  ସେଥିରେ କିଛି ନୂଆ କଥା ନାହିଁ ।

କିଏ ଦାବି ଉଠାଇଥିଲା ?

ସ୍ବାଧୀନ ସିନେଟର ଦିଲୱର ଖାନଙ୍କ ଦ୍ଵାରା ଉପସ୍ଥାପିତ ହୋଇଥିବା ପ୍ରସ୍ତାବ ସିନେଟରେ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଥିଲା, କିନ୍ତୁ ପ୍ରମୁଖ ରାଜନୈତିକ ଦଳ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ସିନେଟର ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ୧୪ ଜଣ ସାଂସଦଙ୍କ ଉପସ୍ଥିତିରେ ଏହା ପାରିତ ହୋଇଥିଲା । ପ୍ରକାଶ ଥାଉକି, ସାଂସଦ ଖାନ ସୋମବାର ସିନେଟ ଅଧ୍ୟକ୍ଷ ସାଦିକ ସଜାନୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଏହା ନିରାଶାଜନକ ଯେ ସଂସଦର ଉପର ଗୃହରେ ପାରିତ ହୋଇଥିବା ପ୍ରସ୍ତାବ ସତ୍ତ୍ୱେ କମିଶନଙ୍କ ଦ୍ୱାରା କୌଣସି ଠୋସ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରାଯାଇ ପାରିଲା ନାହିଁ ।

ଦୌଡ଼ରେ କିଏ କିଏ ଅଛନ୍ତି ?

ଫେବୃଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ମହିଳା ସାଧାରଣ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗୋଟିଏ ପଟେ ଖାଇବର ପାଖ୍ଟନଖୱା ର ବନେର ଜିଲ୍ଲାରୁ ନାମାଙ୍କନ ଦାଖଲ କରିବା ପରେ ଡକ୍ଟର ସବୀର ପ୍ରକାଶ ଖବରରେ ଥିବାବେଳେ ଅନ୍ୟ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପାର୍ଟି ପିଟିଆଇ ଅର୍ଥାତ୍ ପାକିସ୍ତାନ ତେହେରିକ-ଇ-ଇନସାଫ ମଧ୍ୟ ନିର୍ବାଚନରେ ​​ଅଛନ୍ତି ।