୩୩୬ଟି ଆସନ ପାଇଁ ବାଲଟ ପେପରରେ ଭୋଟ୍ ଦେଲା ଇସଲାମାବାଦ । ବେଲୁଚିସ୍ତାନରେ ପୋଲିସ ଭ୍ୟାନ ଉପରେ ଆତଙ୍କୀ ଆକ୍ରମଣ

73

କନକ ବ୍ୟୁରୋ : ପାକିସ୍ତାନରେ ସାଧାରଣ ନିର୍ବାଚନ ବେଳେ ହିଂସା । ୩୩୬ଟି ଆସନରେ ୧୬୩ଟି ଦଳର ୫ହଜାର ୧୨୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ ବକ୍ସରେ ସିଲ୍ ହୋଇଛି । ପ୍ରାୟ ୧୩ କୋଟି ଭୋଟର ବିଭିନ୍ନ ଭୋଟଦାନ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ନିର୍ବାଚନରେ ପାକିସ୍ତାନ ମୁସଲିମ ଲିଗର ନୱାଜ ସରିଫ, ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାୱଲ ଭୁଟୋ ଜର୍ଦାରି ଏବଂ ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହୋଇଛି । ମତଦାନ ବେଳେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ବେଲୁଚିସ୍ତାନ ଅଂଚଳରେ ବାଲାଟ ବାକ୍ସ ଫୋପାଡି ଦିଆଯାଇଥିବା ବେଳେ ଖାଇବର ପଖନଖାୱାର ଅଂଚଳରେ ପୋଲିସ ଭ୍ୟାନ ଉପରକୁ ଆତଙ୍କୀ ମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀ ମାନେ ପ୍ରଥମେ ଆଇଡି ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳିବର୍ଷଣ କରିଛନ୍ତି । ଏହି ଆତଙ୍କୀ ଆକ୍ରମଣରେ ୫ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।