ପାକିସ୍ତାନ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳୁଛି ଜୋରଦାର ଟକ୍କର । ନୱାଜ ସରିଫଙ୍କୁ ଦଳଠୁ ବେଶ ଆଗରେ ରହିଛନ୍ତି ଇମ୍ରାନ ଖାନଙ୍କ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ

162

କନକ ବ୍ୟୁରୋ : କିଛି ସମୟ ମଧ୍ୟରେ ଆସିବ ପାକିସ୍ତାନର ନିର୍ବାଚନ ଫଳାପଳ । ଭୋଟ ଗଣତି ଜାରି ରହିଥିବା ବେଳେ ଫଳାଫଳ ଆସିବା ପରେ କିଏ ପାକିସ୍ତାନରେ ସରକାର ଗଢିବ ତାହା ସ୍ପଷ୍ଟ ହେବ । ତେବେ ସଂଧ୍ୟା ସାଢେ ୫ଟା ସୁଦ୍ଧା ମୋଟ ୩୩୬ ଆସନରୁ ୮୯ଟି ସିଟର ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଇମାରାନ ଖାନ ସମର୍ଥିତ ପାର୍ଥୀ ମାନେ ଆଗୁଆ ରହିଛନ୍ତି । ମ୍ୟାଜିକ ନମ୍ବର ୧୩୪ ହୋଇଥିବା ବେଳେ କିଏ ମ୍ୟାଜିକ ନମ୍ବର ଛୁଇଁବା ସହ ସରକାର ଗଢିବ ତାକୁ ନେଇ ଚର୍ଚ୍ଚା ହେଉଛି । ନିର୍ବାଚନରେ ପାକିସ୍ତାନ ରାଜନୀତିର ତିନି ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳଥିଲା । ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍, ଇମାରାନ ଖାନଙ୍କ ପିଟିଆଇ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ନୱାଜ ସରିଫ ଲାହୋର ଆସନରୁ ବିଜୟୀ ହୋଇଥିବା ବେଳେ ହଫିଜ ସୟଦର ପୁଅ ନିର୍ବାଚନରେ ପରାଜିତ ହୋଇଥିବା ଜଣାପଡିଛି ।