ଦରଦାମ ବୃଦ୍ଧିକୁ ନେଇ ପାକମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ ଏମିତି କଥା

149

କନକ ବ୍ୟୁରୋ : ପଡୋଶୀ ଦେଶ ପାକିସ୍ତାନରେ ଏବେ ଦରଦାମ ଆକାଶଛୁଆଁ ହୋଇଛି । ମହଙ୍ଗାମାଡରୁ ଲୋକଙ୍କୁ ରକ୍ଷା କରିବା ପରିବର୍ତ୍ତେ ସେଠିକାର ନେତାମାନେ ଅଜବ ଗଜବ ବୟାନ ଦେବାରେ ଲାଗିଛନ୍ତି । ପାକିସ୍ତାନ ଇମ୍ରାନ ସରକାରଙ୍କ ମନ୍ତ୍ରୀ ଅଲ୍ଲି ଅମିନ ଗଣ୍ଡାପୁର ଏକ ସଭାରେ କହିଛନ୍ତି କି ଲୋକମାନେ ମହଙ୍ଗାମାଡରୁ ରକ୍ଷା ପାଇବାକୁ ଚୀନି ଓ ରୋଟି କମ୍ ଖାଇବାକୁ ପରାମର୍ଶ ଦେବା ସହ ବିନା ଚିନିରେ ଚା ପିଇବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି କି ଆମେ ଆର୍ଥିକଭାବେ ଏତେ ଦୁର୍ବଳ ହୋଇଯାଇଛୁ ଯେ ନିଜ ଦେଶପାଇଁ ଏତିକି ତ୍ୟାଗ କରିବାକୁ ପଛାଇବୁ ନାହିଁ ।

କିଛିଦିନ ତଳେ ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ଜାରି କରାଯାଇଥିବା ସୂଚନା ଆଧାରରେ ସେପ୍ଟେମ୍ବର ମାସରେ ଉପଭୋକ୍ତା ସୂଚକାଙ୍କ ୯ ପ୍ରତିଶତ ତଳକୁ ଖସିଆସିଛି । ପ୍ରତିଟି ସାମଗ୍ରୀର ମୂଲ୍ୟ ବୃଦ୍ଧି ଫଳରେ ଲୋକମାନେ ଆବଶକୀୟ ସାମଗ୍ରୀ କିଣିବାରେ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ।

ଗଣ୍ଡପୁର ଏହି ସଭାରେ ଲୋକମାନଙ୍କୁ କହିଥିଲେ କି ଯଦି ୯ ପ୍ରତିଶତ ମହଙ୍ଗା ହୋଇଛି ତେବେ ଆମେ ୧୦୦ ଗ୍ରାମ ଅଟା ସ୍ଥାନରେ ୯୦ ଗ୍ରାମ ଅଟା ଖାଇ ଦେଶକୁ ମହଙ୍ଗା ମାଡରୁ ରକ୍ଷା କରିପାରିବା । ସେ ଆହୁରି କହିଛନ୍ତି କି ଆମ ପୂର୍ବ ପୁରୁଷମାନେ ପେଟରେ ପଥର ବାନ୍ଧି ଦେଶ ପାଇଁ ଲଢେଇ କରିଥିଲେ । ତେଣୁ ଆମର ଲକ୍ଷ୍ୟ ହେବା ଦରକାର ଆମ ଆମ ପିଲାଙ୍କୁ ପାକିସ୍ତାନ ଦେବାକୁ ପଡିବ, ଆମ ପିଲା ଯେମିତି ଅନ୍ୟର ଦାନ ଅର୍ଥରେ ଜୀବନ ଅତିବାହିତ ନକରନ୍ତି ସେଥିପାଇଁ ଆମକୁ କମ ରୁଟି ଓ ଅଧିକ ଚା ରେ କାଳାତିପାତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।