ଇଣ୍ଡିଆନ ରେସିଡେନସିଆଲ କମ୍ପେ୍ଲକ୍ସକୁ ଗ୍ୟାସ ଦେବାକୁ ମନା କରିଦେଲା ପାକିସ୍ତାନ

Advertisment
ଇଣ୍ଡିଆନ ରେସିଡେନସିଆଲ କମ୍ପେ୍ଲକ୍ସକୁ ଗ୍ୟାସ ଦେବାକୁ ମନା କରିଦେଲା ପାକିସ୍ତାନ

କନକ ବ୍ୟୁରୋ: ପାକିସ୍ତାନର ଇସଲାମାବାଦରେ ନୂଆ ଭାବେ ତିଆରି ହୋଇଥିବା ଇଣ୍ଡିଆନ ରେସିଡେନସିଆଲ କମ୍ପେ୍ଲକ୍ସକୁ ଗ୍ୟାସ ଦେବାକୁ ମନା କଲା ପାକିସ୍ତାନ । ଯାହାକି ଏବେ ନୂଆ ବିବାଦ ଠିଆ କରିଛି । ପୂର୍ବରୁ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ସୋହେଲ ମେହମୁଦଙ୍କ କୋଲକାତା ଗସ୍ତକୁ ଭାରତ ସରକାର ଅନୁମତି ଦେଇନଥିଲେ ।

publive-image

କହିବାକୁ ଗଲେ ଦୁଇ ଦେଶରେ କୁଟନୈତିକସ୍ତରରେ ଅବସ୍ଥାପିତ ଅଧିକାରୀମାନଙ୍କୁ ଏପରି ପରିସ୍ଥିତିର ସାମନା କରିବାକୁ ପଡୁଛି । ତେବେ ସୋହେଲଙ୍କ କୋଲକାତା ଗସ୍ତ ପ୍ରସଙ୍ଗରେ ଉଭୟ ଦେଶ ନିରବ ରହିଥିବା ବେଳେ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଭାରତ ସରକାରଙ୍କ ଅନୁମତି ନେବାରେ ପାକିସ୍ତାନ ବିଳମ୍ବ କରିଥିବାରୁ ମେହମୁଦଙ୍କୁ କୋଲକାତା ଯିବାକୁ ଅନୁମତି ମିଳିଲା ନାହିଁ ।

publive-image

ନିୟମ ଅନୁସାରେ ଉଭୟ ଭାରତ ଓ ପାକିସ୍ତାନର ହାଇକମିଶନର ରାଜଧାନୀ ବାହାରେ କୌଣସି ଅଂଚଳକୁ ଯିବାକୁ ହେଲେ ସ୍ଥାନିୟ ପ୍ରଶାସନର ଅନୁମତି ନେବାକୁ ପଡିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe