କୋଲକାତା-ହାଇଦ୍ରାବାଦୀ ବିରିୟାନୀ ପ୍ରେମରେ ପାକିସ୍ତାନ କ୍ରିକେଟର । ମ୍ୟାଚ୍ ପୂର୍ବରୁ କୋଲକାତା ରେଷ୍ଟୁରାଂଟରୁ ମଗାଇଲେ ସୁଆଦିଆ ବିରିୟାନୀ

1,360

କନକ ବ୍ୟୁରୋ : କୋଲକାତା ବିରିୟାନୀ ପ୍ରେମରେ ପଡିଲେ ପାକିସ୍ତାନ କ୍ରିକେଟର । ସୁଆଦିଆ ହାଇଦ୍ରବାଦୀ ବିରିୟାନୀ ଖାଇବା ପାଇଁ ଅନଲାଇନରେ ଅର୍ଡର କଲେ ପାକିସ୍ତାନ କ୍ରିକେଟର । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖେଳାଳୀ ମାନେ ବିରିୟାନୀ କେତେ ଭଲପାଆନ୍ତି ସେକଥା ବଖାଣିଛନ୍ତିି । ସୂଚନା ଅନୁସାରେ ଅନଲାଇନ ଫୁଡ ଡେଲିବରୀ ଆପରେ ପାକିସ୍ତାନୀ ଖେଳାଳୀମାନେ ଚାପ, ଫିରନୀ,କବାବ, ସାହୀ ତୁକଡା ସହ ସ୍ପେଶାଲ ହାଇଦ୍ରାବାଦୀ ବିରିୟାନୀ ମଗାଇ ବେଶ ମଜା ଉଠାଇଥିଲେ । ଇଡେନ ଗାର୍ଡେନରେ ମଙ୍ଗଳବାର ଟିମ ପାକିସ୍ତାନ ଓ ବାଙ୍ଗଲାଦେଶ ମ୍ୟାଚ ଚାଲିଛି । ଏହା ପୂର୍ବରୁ ପାକିସ୍ତାନ ଖେଳାଳୀଙ୍କ ବିରିୟାନୀ ଭିଡିଓ ଓ ଫଟୋ ବେଶ ଭାଇରାଲ ହେଉଛି ।ଆଇସିସି ଏହି ଭିଡିଓ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରି ଲେଖିଛନ୍ତି ଏହି ଲଢେଇ ବିରିୟାନୀର ।