ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ, ବିଦେଶ ମନ୍ତ୍ରାଳୟ ଜାରିକଲା ବଡ ବୟାନ

ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ, ବିଦେଶ ମନ୍ତ୍ରାଳୟ ଜାରିକଲା ବଡ ବୟାନ

କନକ ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସରକାରର ମଞ୍ଜୁରୀକୁ ଅପେକ୍ଷା କରିଥିଲା । ତେବେ ବର୍ତ୍ତମାନ ଖବର ଆସିଛି ଶେହବାଜ ସରକାର ନିଜ ଦଳକୁ ଭାରତ ପଠାଇବାକୁ ରାଜି ହୋଇଛି ।

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏନେଇ ବୟାନ ଜାରିକରିଛି । ଏଥିରେ ସ୍ପଷ୍ଟଭାବେ କୁହାଯାଇଛି ଯେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ । ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ । ଅକ୍ଟୋବର ୧୪ରେ ଦୁଇ ପାରମ୍ପରିକ ପ୍ରତିତ୍ୱନ୍ଦୀ ମୁହାଁମୁହିଁ ହେବେ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe