କନକ ବ୍ୟୁରୋ : ଭାରତର ଆଜିର ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଛି ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନର ଭାଗ୍ୟ । ଲିଗ୍ ପର୍ଯ୍ୟାୟରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ସୁପର ୮କୁ ପାକିସ୍ତାନର ଯିବା ଆଶା ଏବେ ଆଶଙ୍କାରେ । ଆଗାମୀ ଦୁଇଟି ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ପଡିବ ପାକିସ୍ତାନକୁ । ଅନ୍ୟପଟେ ପାକିସ୍ତାନ ଚାହିଁବ ଯେ ଭାରତ ଏହାର ଆଗାମୀ ମ୍ୟାଚରେ ବୃହତ୍ତ ବ୍ୟବଧାନରେ ଆମେରିକାକୁ ହରାଉ । ତା’ହେଲେ ନେଟ ରନରେଟ ବିଚାରରେ ପାକିସ୍ତାନ ପରବର୍ତ୍ତୀ ଷ୍ଟେଜକୁ ଯିବାର ସମ୍ଭାବନା ସୃଷ୍ଟି ହେବ ।

Advertisment