ଭାରତ ପାଇଁ ବଡ ବିପଦ ! ସାରା ବିଶ୍ୱରେ ତୃତୀୟ ପରମାଣୁ ସମ୍ପନ୍ନ ରାଷ୍ଟ୍ର ହେବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ

28

କନକ ବ୍ୟୁରୋ : ଭାରତଠାରୁ ପଡୋଷୀ ପାକିସ୍ତାନ ପରମାଣୁ ତିଆରି କରିବାରେ ଆଗରେ ରହିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବର୍ତ୍ତମାନ ସମୟରେ ୭ମ ସ୍ଥାନରେ ଥିବା ବେଳେ ପାକିସ୍ତାନ ୬ନଂ ସ୍ଥାନରେ ରହିଛି । ତେଣୁ ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଅତି ଖୀପ୍ରଗତିରେ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ପାଖରେ ୧୪୦ ରୁ ୧୫୦ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ସାରା ବିଶ୍ୱରେ ପରମାଣୁ ବୋମା ତିଆରି ଉପରେ ନଜର ରଖିଥିବା ଏଜେନ୍ସି ଫେଡେରେସନ ଅଫ ଆମେରିକା ବୈଜ୍ଞାନିକ ନିଜ ରିପୋର୍ଟରେ ଯେଉଁ ସୂଚନା ଦେଇଛନ୍ତି ତାହା ସ୍ତବ୍ଧକଲା ପରି ରହିଛି ।

 

ସେହି ରିପୋର୍ଟ ଅନୁସାରେ ୨୦୨୫ ସୁଦ୍ଧା ପାକିସ୍ତାନ ନିଜର ୨୫୦ ପାଖାପାଖି ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିସାରିଥିବ । ତେଣୁ ସେ ସାରା ବିଶ୍ୱରେ ୫ମ ଶକ୍ତିଶାଳୀ ରାଷ୍ଟ୍ରରୂପେ ଛିଡା ହୋଇପାରିବ । ତେବେ ଆମେରିକା, ଋଷ୍, ଫ୍ରାନ୍ସ, ୟୁକେ ଭଳି ରାଷ୍ଟ୍ର ନିଜର ପରମାଣୁ ଶକ୍ତି ବୃଦ୍ଧି କରିବାରେ ଏତେଟା ଧ୍ୟାନ ଦେଉନାହାନ୍ତି । ତେବେ ଭାରତ ସହ ସମ୍ପର୍କ ତିକ୍ତ ହେଉଥିବାରୁ ଏପରି ପାକିସ୍ତାନ କରୁଥିବା ଜଣାପଡିଛି । ପାକିସ୍ତାନ ନ୍ୟୁକ୍ଲିୟର ଫୋର୍ସ ୨୦୧୮ ଏପରି ଭାବରେ ଏକ ରିପୋର୍ଟ ପ୍ରସ୍ତୁତି କରୁଛି । ଏହାସହ ସେହି ରିପୋର୍ଟରେ ଏହା ବି କୁହାଯାଇଛି ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ପାକିସ୍ତାନ ବିଶ୍ୱର ୩ୟ ସ୍ଥାନ ଅଳଙ୍କୃତ କରିପାରେ ।

 

ତେବେ ଆମେରିକା ପୂର୍ବରୁ ୧୯୯୯ ମସିହାରେ ଯେଉଁ ଆକଳନ କରିଥିଲା କି ୨୦୨୦ ସୁଦ୍ଧା ପାକିସ୍ତାନ ପାଖରେ ମାତ୍ର ୬୦ ରୁ ୮୦ ଟି ପରମାଣୁ ଅସ୍ତ୍ରଶସ୍ତ୍ର ଥିବ ତାହା ଭୁଲ ପ୍ରମାଣିତ ହୋଇଛି । ମିଳିଥିବା ସେଟେଲାଇଟରୁ ଜଣାପଡିଛି ଯେ, ପାକିସ୍ତାନ ସବୁବେଳେ ନିଜ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ର ବଢାଇବାରେ ଚେଷ୍ଟା କରୁଛି । ତେବେ ଏହା ଗୁପ୍ତରେ ହେଉଥିବା ସୂଚନା ମିଳିିଛି । ପାକିସ୍ତାନ ପରମାଣୁ ଅସ୍ତ୍ର ଅପେକ୍ଷା ନିକଟକୁ ଲକ୍ଷ ଭେଦ କରିପାରୁଥିବା ମିସାଇଲ ମଧ୍ୟ ତିଆରି କରୁଛି । ତେଣୁ ଏଥିରେ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ସେ କେବଳ ଭାରତକୁ ଲକ୍ଷ୍ୟକରି ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି ।

 

କେତେକ କଥା କୁ ଧ୍ୟାନ ଦେଇ ସେ ଏପରି କରୁଥିବା ସୂଚନା ମିଳିଛି । ତେବେ ପାକିସ୍ତାନମ ଏପରି କାମରେ କେତେକ ଦେଶ ଚିନ୍ତାରେ ରହିଥିବା ଜଣାପଡିଛି । ଖାସକରି ଆମେରିକା ଅଧିକ ଚିନ୍ତାରେ ରହିଛି । ଆମେରିକା ଭାବୁଛି କି ଏହା ଫଳରେ ପାକିସ୍ତାନ ଓ ଭାରତ ମଧ୍ୟରେ ଅଧିକ ତିକ୍ତତା ବଢିବ । କେବଳ ଏତିକି ନୁହେଁ ବରଂ ଆମେରିକା ମଧ୍ୟ ପାକିସ୍ତାନ ଓ ଚୀନର ଦ୍ୱରା ଆମେରିକା ମଧ୍ୟ ପ୍ରଭାବିତ ହେବ ।

 

ତେବେ କିଛିଦିନ ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ଚୀନଠାରୁ ପାକିସ୍ତାନ ନ୍ୟୁକ୍ଲିୟର କୈାଶଳ ଆଣୁଛି ବୋଲି । ପରାମାଣୁ କ୍ଷେତ୍ରରେ ଏବେ ଆମେରିକା, ଋଷ୍, ଚୀନ, ଫ୍ରାନ୍ସ, ୟୁକେର ନାମ ଆସିବା ସହ ଇସ୍ରାଏଲ ଓ ଉତ୍ତରକୋରିଆର ନାମ ମଧ୍ୟ ରହିଛି । ତେବେ ପାକିସ୍ତାନ ଭଳି ରାଷ୍ଟ୍ର ଯେପରି ପରମାଣୁ ତିଆରି କରୁଛି ତାହା ସାରା ବିଶ୍ୱକୁ ଚିନ୍ତାରେ ପ୍ରକାଶ କରୁଛି ।