ଭାରତ ଉପରେ ପାକିସ୍ତାନର ସୈତାନ ଆଖି ! କାଶ୍ମୀର ପରେ ରାଜସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ଆଡ଼ଭାନ୍ସ ଡିଫେନ୍ସ ଷ୍ଟ୍ରକଚର କରୁଛି ନିର୍ମାଣ

39

କାଶ୍ମୀର ପରେ ଏବେ ରାଜସ୍ଥାନ ଉପରେ ସୈତାନ ଆଖି ପକାଇଛି ପାକିସ୍ତାନ । କାଶ୍ମୀରରେ ବାରମ୍ବାର ଅଶାନ୍ତି ସୃଷ୍ଟି କରିବା ପରେ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟ ଉପରେ ଲୋଲୁପ ଦୃଷ୍ଟି ପକାଇଛି ପାକିସ୍ତାନ । ଏବେ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ଅଶାନ୍ତି ସୃଷ୍ଟି କରୁଛି । ରାଜସ୍ଥାନକୁ ଲାଗି ରହିଥିବା ଭାରତୀୟ ସୀମାର ଠିକ୍ ସାମ୍ନାରେ ପାକିସ୍ତାନ ଏବେ ସବୁଠୁ ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିଛି ।

ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏଭଳି ଡିଫେନ୍ସ ଷ୍ଟ୍ରକଚର ଶାହଗଡ଼ ଓ ଲଙ୍ଗତାଲାରେ ନିର୍ମାଣ କରୁଛି ପାକିସ୍ତାନ । ଏହାଛଡା କାନ୍ଦନବାଲି ଠାରେ ଦେଢ଼ କିଲୋମିଟରର ପ୍ରତିରକ୍ଷା ଷ୍ଟ୍ରକଚର ତିଆରି କରୁଛି ପାକିସ୍ତାନ । ଏଠାରେ ପୂର୍ବରୁ ବିମାନମନ୍ଦର ନିର୍ମାଣ କରିଥିଲା ପାକିସ୍ତାନ କିନ୍ତୁ ସଫେଇ ଦେଇ କହିଥିଲା ଯେ, ତୈଳ କମ୍ପାନି ପାଇଁ ଏହି ଏୟାରପୋର୍ଟ ନିର୍ମାଣ କରାଯାଇଛି ।ଏହାଛଡା ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ସୁବିଧା ଥିବା ୧୧ଟି ବଙ୍କର ନିର୍ମାଣ କରିଛି ପାକିସ୍ତାନ ।

ଏତତବ୍ୟତୀତ ପାକିସ୍ତାନ ଏଠାରେ ବ୍ରିଗେଡ଼ ହେଡ଼କ୍ୱାର୍ଟର ନିର୍ମାଣ କରୁଛି ଯେଉଁଠାରେ ୪୦ ହଜାର ସୈନିକ ଏକକାଳୀନ ରହିବା ଭଳି ସୁବିଧା ରହିଛି । ତେଣୁ ପାକିସ୍ତାନର ଏଭଳି କାରନାମା ଭାରତକୁ ଏବେ ଚିନ୍ତାରେ ପକାଇଛି ।