ବେଇମାନ୍ ପାକିସ୍ତାନ: ଆଫଗାନି ସେର୍ ସାଲେହଙ୍କୁ ମାରିବାକୁ କରୁଛି ଚେଷ୍ଟା, ଲକ୍ଷ୍ୟ ହାସଲ ପାଇଁ ରଚୁଛି ଷଡଯନ୍ତ୍ର

474

କନକ ବ୍ୟୁରୋ: ଆଫଗାନିସ୍ତାନର ରିଅଲ ହିରୋ ବୋଲାଉଥିବା ଅମରୁଲ୍ଲା ସାଲେହଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ପାକିସ୍ତାନ । ତାଲିବାନ ସହ ମିଶି ସଫଳ କରୁଛି ନିଜର ଗୋଟେ ପରେ ଗୋଟେ ଯୋଜନା । ଅମରୁଲ୍ଲାଙ୍କୁ ହତ୍ୟା କରିବା ପରେ ପଂଜଶିରରେ ଶାସନ ସହଜ ହୋଇଯିବ । ଏହାସହ ତାଲିବାନର ମନ ବି ଜିତି ପାରିବ ପାକିସ୍ତାନ । ଆଉ ଏହାପରେ ଆତଙ୍କି ଶକ୍ତି ସହ ମିଶି କାଶ୍ମୀରକୁ ନିଜ ଅକ୍ତିଆରକୁ ନେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।


ଅଭେଦ୍ୟ ଗଡ ପଂଜଶିରକୁ ଦଖଲ କରିଥିବା ତାଲିବାନ୍ ଘୋଷଣା କରିବା ପରେ ବି ଏକଥା ମାନିବାକୁ ନାରାଜ ପଂଜଶିରର ଦୁଇ ସେର୍ । ଏବେବି ପଂଜଶିରର ୬୦ ପ୍ରତିଶାତ ଇଲାକା ତାଲିବାନଠାରୁ ମୁକ୍ତ ବୋଲି କହୁଛନ୍ତି ରେଜିଷ୍ଟାନ୍ସ ଫୋର୍ସ ମୁଖ୍ୟ ଅହମୁଦ୍ ମାସୁଦ୍ ଓ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେ । ନିକଟରେ ପଂଜଶିର ଦଖଲ କରି ଏହାର ଗଭର୍ଣ୍ଣର ହାଉସ୍ ଆଗରେ ନିଜର ବିଜୟ ଧ୍ୱଜା ଉଡାଇବାର ଭିଡିଓ ଜାରି କରିଥିଲା ତାଲିବାନ୍ ।ହେଲେ ଏହି ତଥ୍ୟକୁ ମିଥ୍ୟା ବୋଲି କହିଛି ରେଜିଷ୍ଟାନ୍ସ ଫୋର୍ସ । ତାଲିବାନ୍ ର ଏହି ଭିଡିଓ ପରେ ବି ପୁଣି ତିନୋଟି ଜିଲ୍ଲାକୁ ନିଜ ପକ୍ଷକୁ ଆଣି ପାରିଛି ରେଜିଷ୍ଟାନ୍ସ ଫୋର୍ସ ।ପାରିଆନ୍, ଅବସାର ଓ ଦାରା ଜିଲ୍ଲାକୁ ପୁଣି ନିଜ ଦଖଲକୁ ଆଣି ପାରିଛି ପଂଜଶିରର ରେଜିଷ୍ଟାନ୍ସ ଫୋର୍ସ । କିନ୍ତୁ ନିଜ ସ୍ୱାର୍ଥକୁ ସଫଳ, କରିବାକୁ ପଂଜଶିର ଉପରେ ବଳ ପ୍ରୟୋଗ କରୁଛି ପାକିସ୍ତାନ । ପୂର୍ବରୁ ପରଦା ପଛରେ ତାଲିବାନ୍କୁ ସାହଯ୍ୟ କରୁଥିବା ପାକିସ୍ତାନ ଏବେ ଖୁଲମଖୁଲ୍ଲା ତାଲିବାନକୁ ସହଯୋଗ କରୁଛି । ଅହମଦ୍ ମାସୁଦ ଓ ସାଲେହଙ୍କୁ ଯେତେ ଶିଘ୍ର ହତ୍ୟା କରି ତାଲିବାନ୍ ସହ ଆଫଗାନିସ୍ତାନରେ ନି ଆଧିପତ୍ୟ ବିସ୍ତାର କରିବା ସହ ପରବର୍ତ୍ତୀ ସମୟରେ କାଶ୍ମୀର, କାଜାଖସ୍ତାନକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛି ।

ଶୁକ୍ରବାର ସାଲେହଙ୍କ ବଡଭାଇ ରୋହୁଲ୍ଲା ସାଲେହଙ୍କୁ ଅତି ବର୍ବର ଭାବେ ହତ୍ୟା କରିଛନ୍ତି ତାଲିବାନୀ । ତାଙ୍କୁ ଅକଥନୀୟ ନିର୍ୟାତନା ଦେବା ପରେ ପଂଜଶିର ଘାଟିରେ ହତ୍ୟା କରିଛନ୍ତି । ପ୍ରଥମେ ତାଙ୍କୁ ଇଲେକ୍ଟ୍ରି ତାରରେ ନିସ୍ତୁକ ମାଡ ମାରିବା ପରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ଏତିକିରେ ସରିଲାନି ତାଲିବାନିଙ୍କ ବର୍ବରତା । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋହୁଲ୍ଲା ସାଲେହଙ୍କ ଗଳା କାଟିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାଙ୍କ ଉପରକୁ ବାରମ୍ବାର ଗୁଳି ଚଳାଇଥିଲେ ତାଲିବାନୀ ।

ଏହା ପୂର୍ବରୁ ଚାଇନାର ଡ୍ରୋନ ମାଧ୍ୟମରେ ପଂଜଶିର ଉପରେ ଆକ୍ରମଣ କରି ମାସୁଦଙ୍କ ଡାହାଣ ହାତ କୁହାଯାଉଥିବା ଫିହିମ୍ ଦସ୍ତଙ୍କ ସମେତ ୭ଜଣ ସହଯୋଗୀଙ୍କୁ ହତ୍ୟା କରିଛି ପାକିସ୍ତାନ । ତାଲିବାନିଙ୍କ ସହ ମିଶି ଏପରି ବର୍ବରୋଚିକ କାଣ୍ଡ କରି ପଂଜଶିର ରେଜିଷ୍ଟାନ୍ସ ଫୋର୍ସ ତଥା ମାସୁଦ ଓ ସାଲେହଙ୍କ ମନୋବଳ ଭାଙ୍ଗିବାକୁ ଚାହୁଁଛି ପାକିସ୍ତାନ । ଆଫଗାନିସ୍ତାନରେ ପାକିସ୍ତାନ ଆଇଏସଆଇ ମୁଖ୍ୟ ଫୈଜ ହମିଦଙ୍କ ରହଣି ଏସବୁ ଷଡଯନ୍ତ୍ରକୁ ସ୍ପଷ୍ଟ କରୁଥିବା ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି ।