ବାଂଲାଦେଶ ହିଂସା ପଛରେ ପାକିସ୍ତାନ ହାତ! ଷଡଯନ୍ତ୍ର କରିଥିଲା ଆଇଏସଆଇ ?

ବାଂଲାଦେଶ ହିଂସା ପଛରେ ପାକିସ୍ତାନ ହାତ! ଷଡଯନ୍ତ୍ର କରିଥିଲା ଆଇଏସଆଇ ?

କନକ ବ୍ୟୁରୋ: ବାଂଲାଦେଶରେ ହିଂସା ଉଗ୍ର ନେବାପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତୁରନ୍ତ ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ ଶେଖ୍ ହସିନା। ତେବେ ଜାନୁଆରୀରେ ଶାସନ କ୍ଷମତା ହାତେଇଥିବା ଶେଖ୍ ହସିନାଙ୍କ ସରକାର ଭାଙ୍ଗିଗଲା କିପରି? କାହିଁକି ଓ କିପରି ବାଂଲାଦେଶରେ ହିଂସା ଆରମ୍ଭ ହେଲା? ଏହି ହିଂସାକାଣ୍ଡ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଥିବା ଚର୍ଚ୍ଚା ହେଉଥିବାବେଳେ କେହି କେହି ବାଂଲାଦେଶର ଡାର୍କ ପ୍ରିନ୍ସକୁ ମଧ୍ୟ ଦାୟୀ କରିଛନ୍ତି।

ବାଂଲାଦେଶୀ ଇସଲାମୀ ଛାତ୍ର ସଙ୍ଗଠନ ପାଇଁ ଏତେ ଭୟଙ୍କର ହିଂସା ବାଂଲାଦେଶରେ ଦେଖିବାକୁ ମିଳିଥିଲା। ଜମାତ-ଏ-ଇସଲାମୀ ସଙ୍ଗଠନର ଛାତ୍ର ଗୋଷ୍ଠୀ ଏହି ପୋଡାଜଳା ସହ ସାରା ଦେଶରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିଲେ। କୁହାଯାଉଛି ଜମାତ-ଏ-ଇସଲାମୀକୁ ସମର୍ଥନ କରେ ପାକିସ୍ତାନ ଆଇଏସ୍ଏଆଇ। ଜମାତ-ଏ-ଇସଲାମି ସେହି ସଙ୍ଗଠନ ଯିଏ ବାଙ୍ଗଲାଦେଶ ସ୍ୱାଧୀନତାକୁ ବିରୋଧ କରୁଥିଲା। ଆଉ ଏବେ ବାଂଲାଦେଶରେ ଏଭଳି ହିଂସାକାଣ୍ଡ ପାଇଁ ପରୋକ୍ଷରେ ଆଇଏସଆଇର ହାତ ଥିବା କୁହାଯାଉଛି। ସେପଟେ ନ୍ୟାସନାଲିଷ୍ଟ ପାର୍ଟିର ନେତା ତାରିକ ରେହମାନଙ୍କ ପାଇଁ ବାଂଲାଦେଶ ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଥିବା ବି ଚର୍ଚ୍ଚା ହେଉଛି।

ହିଂସା ପଛରେ ‘ଡାର୍କ ପ୍ରିନ୍ସ’!

ବାଂଲାଦେଶ ହିଂସା ପଛରେ ପାକିସ୍ତାନର ହାତ!
ଭାରତ-ବାଂଲାଦେଶ ସମ୍ପର୍କ ବିଗାଡ଼ିବାକୁ ଷଡ଼ଯନ୍ତ୍ର!
ହିଂସା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଷଡ଼ଯନ୍ତ୍ର!
ହିଂସା ଉସକେଇବା ପାଇଁ ଛାତ୍ରଙ୍କୁ କରାଯାଇଥିଲା ଅସ୍ତ୍ର!
ଲଣ୍ଡନରେ ପ୍ରସ୍ତୁତ ହୋଇଥିଲା ପଟ୍ଟ ପରିବର୍ତ୍ତନ ବ୍ଲୁ-ପ୍ରିଣ୍ଟ!

ଆମେରିକାର ବି ରହିଛି ହାତ!

ହସିନାଙ୍କୁ ବିଦା କରିବା ପଛରେ ବାଂଲାଦେଶ ଡାର୍କ ପ୍ରିନ୍ସର ହାତ!
ନ୍ୟାସନାଲିଷ୍ଟ ପାର୍ଟି ନେତା ତାରିକ ରେହମାନଙ୍କୁ ନେଇ ଚର୍ଚ୍ଚା
ତାରିକ ରେହମାନ ହିଁ ଡାର୍କ ପ୍ରିନ୍ସ ବୋଲି ସନ୍ଦେହ
ଆଇଏସଆଇ ସହ ମିଶି ଲଣ୍ଡନରେ ରଚିଥିଲେ ଷଡ଼ଯନ୍ତ୍ର!
ଆମେରିକା ମଧ୍ୟ ସମର୍ଥନ କରିଥିବା ଚର୍ଚ୍ଚା
ଆମେରିକା ରାଷ୍ଟ୍ରଦୂତ ଜମାତ ନେତାଙ୍କ ସହ କରିଥିଲେ ଗୁପ୍ତ ବୈଠକ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁଁ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ। ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବା ରହିଛି ସମ୍ଭାବନା। ଏହାକୁ ଆଖିରେ ରଖି ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସ କଡା ନଜର ରଖିଛି। ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ପୁଲିସ ଡିଜି । ତଟବର୍ତ୍ତୀ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି । ମୁଖ୍ୟତଃ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ର ୯ଟି ସାମୁଦ୍ରିକ ପୋଲିସ ଷ୍ଟେସନକୁ ଆଲର୍ଟ କରାଯାଇଛି । ସମୁଦ୍ର ଉପକୂଳରେ ସାମୁଦ୍ରିକ ଥାନା ପକ୍ଷରୁ ପାଟ୍ରୋଲିଂ କରାଯିବ । ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ କରାଯାଇଛି। ଯେଉଁ ବୋଟ ଗୁଡ଼ିକ ଆସୁଛି ତା ଉପରେ ମଧ୍ୟ ନଜର ରଖାଯାଇଛି। ବିଭିନ୍ନ ଜେଟି ଓ ମତ୍ସ୍ୟଜୀବୀଙ୍କ ଉପରେ ତୀକ୍ଷଣ ନଜର ରହିଛି । ସେପଟେ ବାଂଲାଦେଶରେ ଜଗନ୍ନାଥ ମନ୍ଦିର, ବିଭିନ୍ନ ହିନ୍ଦୁ ମନ୍ଦିର ଓ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି। ତେଣୁ ତାକୁ ନେଇ ଏଠାରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତା ପାଇଁ ହାଇ ଆଲର୍ଟ ଜାରି କରାଯାଇଥିବା ଡିଜିପି କହିଛନ୍ତି। ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe