ଧର୍ମାନ୍ତିକରଣ ପାଇଁ ପାକ୍ ଚଳାଇଛି ଏମିତି ଚାଲ, ଟଙ୍କା ସହ ଯୋଗାଉଛି ଟେକ୍ନିକାଲ ସହାୟତା

133

କନକ ବ୍ୟୁରୋ : ଧର୍ମାନ୍ତିକରଣ ମାମଲାରେ ଗିରଫ ହୋଇଥିବା ମୌଲାନା କଲିମ୍ ସିଦ୍ଦିକଙ୍କ ବୟାନ ପୁରା ପୋଲିସକୁ ଚମକାଇ ଦେଇଛି । ମୌଲାନାଙ୍କ ଚିନ୍ତାଧାରା ରହିଛି କି ସମସ୍ତ ହିନ୍ଦୁ ମୁସଲମାନ ହୋଇଯିବା ଆବଶ୍ୟକ    । ଏହାସହ ମୌଲାନାଙ୍କୁ ଜେରା ପୋଲିସ ସୁରାକ ପାଇଛି କି ଭାରତରେ ଚାଲିିଥିବା ଧର୍ମାନ୍ତିକରଣ ମାମଲାରେ ପାକିସ୍ତାନର ସଂପୃକ୍ତି ରହିଛି । ଏନେଇ ପାକିସ୍ତାନ ଅର୍ଥ ବିନିଯୋଗ କରିବା ସହ ଟେକ୍ନିକାଲ ସହାୟତା ବି ଯୋଗାଇ ଦେଉଛି ।

ଧର୍ମାନ୍ତିକରଣ ମାମଲାରେ ମୌଲାନା ସିଦ୍ଦିକ ଏକ ବଡନାମ । ତାଙ୍କ ଧର୍ମାନ୍ତିକରଣ ପ୍ରକ୍ରିୟାକୁ ପ୍ରଶଂସା କରାଯାଇଥାଏ । ତାଙ୍କ ମୁହଁରେ ସବୁବେଳେ ଧର୍ମଚର୍ଚ୍ଚା ଚାଲିଥିବା େବେଳ ସେ ଉଚ୍ଚ ଶିକ୍ଷିତ ବୋଲି ବି କୁହାଯାଉଛି । କୁହାଯାଉଛି କି ସେ ମିରଟରୁ ବିଏସସି ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ବିଚାରଧାରା ମୁତାବକ ଦୈନିକ ୧ ଲକ୍ଷ ୨୪ ହଜାର ଲୋକ ନର୍କ ନିଆଁରେ ଜଳୁଛନ୍ତି । ତେଣୁ ସେ ଲୋକଙ୍କୁ ମୁସଲମାନ ହୋଇ ସ୍ୱର୍ଗପ୍ରାପ୍ତି ହେବାକୁ ଶିକ୍ଷା ଦେଇଥାନ୍ତି ।

ମୌଲାନା କଲିମ୍ ସିଦ୍ଦିକ ପୁରା ବିଶ୍ୱକୁ ମୁସଲମାନ କରିବାକୁ ଟାର୍ଗେଟ ରଖିଛନ୍ତି । ଏନେଇ ସେ ଭାରତରେ ଏପର୍ଯ୍ୟନ୍ତ ୫ ଲକ୍ଷ ଲୋକଙ୍କ ଧର୍ମାନ୍ତିକରଣ କରିଥିବା କୁହାଯାଉଛି । ଉତ୍ତରପ୍ରଦେଶ ଏଟିଏସ ଅବୈଦ୍ଧ ଧର୍ମାନ୍ତିକରଣ ମାମଲାରେ ମୌଲାନା କଲିମ୍ ସିଦ୍ଦିକଙ୍କୁ ମୁଜାଫରନଗରରୁ ଗିରଫ୍ କରିଛି । ଜମିୟତ-ଏ- ବଲିଉଲ୍ଲାହା ଓ ଗ୍ଲୋବାଲ ପିସ୍ ସେଣ୍ଟରର ସଭାପତି କଲିମ ସିଦ୍ଧିକ ଉପରେ ଅବୈଦ୍ଧ ଧର୍ମାନ୍ତିକରଣ ରାକେଟ ଚଳାଉଥିବା ଅଭିଯୋଗ ରହିଛି । ଏହାସହ ଧର୍ମାନ୍ତିକରଣ ପାଇଁ ସେ ବିଦେଶରୁ ୩ କୋଟି ଟଙ୍କା ଆଣିଥିବା ଏଟିଏସ ଖୋଲାସା କରିଛି । ଏହାମଧ୍ୟରୁ ଦେଢ କୋଟି ଟଙ୍କା ବାହାରିନରୁ ଆଣିଥିବା ବେଳେ ବଳକା ଅର୍ଥ ନେଇ ଯାଂଚ ଚାଲିଛି ।
କେବଳ ଅର୍ଥ କାରବାର ନୁହେଁ ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଲୋଭ ଦେଖାଇବା ସହ ଧମକ ଦେବା ଭଳି ଅଭିଯୋଗ ରହିଛି ।