କନକ ବ୍ୟୁରୋ : ପରମାଣୁ ଶକ୍ତି ସମ୍ପର୍ଣ୍ଣ ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନ ମଧ୍ୟରେ ଏକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ୧୨ ହଜାର ମେଗାୱାଟର ସି-୫ ପରମାଣୁ ଶକ୍ତି ପରିଯୋଜନା ବୋଲି କୁହାଯାଇଛି । ଏଥିପାଇଁ ୩.୪୮ ଅରବ ଡଲାର ଖର୍ଚ୍ଚ ହେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଉପସ୍ଥିତିରେ ଏହି ପରିଯୋଜନା ଉପରେ ଚାଇନା ନ୍ୟାସନାଲ ନ୍ୟୁକ୍ଲିୟର କର୍ପୋରେଶନ ଓଭରସିଜ ଲିମିଟେଡର ଅଧ୍ୟକ୍ଷ ଓ ପାକିସ୍ତାନ ପରମାଣୁ ଶକ୍ତି ଆୟୋଗର ସଦସ୍ୟ ସିଇଦ ଓର ରହମାନ ସ୍ୱାକ୍ଷର କରିଛନ୍ତି ।

Advertisment

ପାକିସ୍ତାନର ଏକ ଗଣମାଧ୍ୟମ କହିଛି କି ଏହି ଚୁକ୍ତିକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ପରମପାଣୁ ଶକ୍ତି ପରିଯୋଜନା ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ପାକିସ୍ତାନରେ ଲାଗି ରହିଥିବା ଆର୍ଥିକ ସଂକଟ ମଧ୍ୟରେ ଏହି ପରିଯୋଜନା ପାଇଁ ଚୀନ ୩.୪୮ ଅରବ ଡଲାର ନିବେଶ ପାଇଁ ରାଜି ହେବା ସ୍ପଷ୍ଟ କରୁଛି କି ପାକିସ୍ତାନ ଏକ ଏଭଳି ଦେଶ ଯେଉଁଠି ଚୀନ କମ୍ପାନୀମାନେ ନିବେଶ କରିବାକୁ ଆଗ୍ରହୀ । ରିପୋର୍ଟ ମୁତାବକ ଏହି ପରିଯୋଜନା ପାଇଁ ଉଭୟ ଦେଶ ମଧ୍ୟରେ ୨୦୧୭-୧୮ ମସିହାରୁ ଆଲୋଚନା ଜାରି ରହିଥିଲା । ଏବେ ଚୀନ ସରକାର ପାକିସ୍ତାନକୁ ପାଖାପାଖି ୩୦ ଅରବ ଡଲାର ଛାଡ କରିଛି ।

ଏହି ପରମାଣୁ ଚୁକ୍ତି ପରେ ଚୀନକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି କି ଚୀନ ଓ ପାକିସ୍ତାନ ମଧ୍ୟରେ ସଂପର୍କ ହିମାଳୟ ଭଳି ଉଚ୍ଚ ଓ ସମୁଦ୍ର ଠାରୁ ମଧ୍ୟ ଗଭୀର  ।