କନକ ବ୍ୟୁରୋ : ଯୁଦ୍ଧ ମଇଦାନରେ ଯଦି ଗୋଟେ ପାଖରେ ରୋବଟ୍ ଏବଂ ଅନ୍ୟ ପକ୍ଷରେ ମଣିଷ ଭିତରେ ଯୁଦ୍ଧ ହୁଏ ତେବେ କିଏ ଜିତିବ? ଆଗକୁ ଯୁଦ୍ଧ ମଇଦାନରେ ଏପରି କିଛି ଦେଖିବାକୁ ମିଳିପାରେ । ଚୀନ୍ ଏକ ରୋବୋଟିକ୍ ଡଗ୍ (କୁକୁର) ଡେଭଲପ୍ କରିଛି । ଯାହା ଆଗକୁ ଯାଇ ଯୁଦ୍ଧ କ୍ଷେତ୍ରରେ ଅନ୍ୟ ଦେଶଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।
ଚୀନର ଏକ ଗଣମାଧ୍ୟମ ଏହି ରୋବଟ୍ ଡଗର ୨ମିନିଟର ଭିଡିଓ ଜାରି କରିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା, ରୋବଟ୍ ଡଗ୍ ପିଠିରେ ଏକ ଅଟୋମେଟିକ୍ ରାଇଫଲ୍ ଫିଟ୍ କରାଯାଇଛି । ଯୁଦ୍ଧ ମଇଦାନରେ କିପରି ଯୁଦ୍ଧ କରାଯାଏ ସେ ସମସ୍ତ କଳା ରୋବଟରେ ଇନଷ୍ଟଲ୍ କରାଯାଇଛି । ଏହି ରୋବୋଟିକ୍ ଡଗ୍ ଆଗକୁ, ପଛକୁ, ବାମ, ଡାହଣ ଚାଲିବା ସହ ଡେଇଁ ଡେଇଁ ଆଗକୁ ବଢିପାରୁଛି । ଶତ୍ରୁ ପାଖକୁ କିପରି ଲୁଚି ଲୁଚି ଯାଇ ପହଞ୍ଚିପାରିବ ତାହା ମଧ୍ୟ ଏହି ଡଗ କରିପାରୁଛି । ଚୀନ କେବଳ ଏହି ରୋବଟିକ୍ ଡଗକୁ ଡେଭଲପ୍ କରିଛି ତା ନୁହେଁ । ରୋବୋଟିକ୍ ଡ୍ରୋନ୍ ମଧ୍ୟ ଏକ ଡେଭଲପ୍ କରାଯାଇଛି । ତେବେ ଯଦି ଆଗକୁ ଯୁଦ୍ଧ ମିଦାନରେ ଏହି ରୋବଟକୁ ବ୍ୟବହାର କରାଯାଏ ତାହେଲେ ଅନ୍ୟ ଦେଶମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/still-20658720-55081-still.jpg)