ପରମାଣୁ ବୋମା : ଭାରତରେ ସ୍ଥିର, ପାକିସ୍ତାନ ଓ ଚୀନରେ ବଢ଼ିଲା ଯୁଦ୍ଧାସ୍ତ୍ର ସଂଖ୍ୟା

Advertisment
ପରମାଣୁ ବୋମା : ଭାରତରେ ସ୍ଥିର, ପାକିସ୍ତାନ ଓ ଚୀନରେ ବଢ଼ିଲା ଯୁଦ୍ଧାସ୍ତ୍ର ସଂଖ୍ୟା

source : Zee News

ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟ ବଢ଼ାଇ ଚାଲିଥିବା ଜଣାପଡ଼ିଛି। ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏସଆଇପିଆରଆଇ) ପକ୍ଷରୁ ପ୍ରକାଶିତ ହୋଇଥିବା ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ, ୨୦୧୮ ରୁ ୨୦୧୯ ମଧ୍ୟରେ ପାକିସ୍ତାନ ଓ ଚୀନ ସେମାନଙ୍କ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ବୃଦ୍ଧି କରିଛନ୍ତି। କିନ୍ତୁ ଭାରତ ଏହି କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିଛି।

publive-image

ଏବେ ପାକିସ୍ତାନର ଅସ୍ତ୍ର ଭଣ୍ଡାରରେ ୧୫୦-୧୬୦ଟି ପରମାଣୁ ବୋମା ଥିବାବେଳେ ଚୀନ ନିକଟରେ ୨୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ତେବେ ଭାରତ ପାଖରେ ୧୩୦-୧୪୦ଟି ପରମାଣୁ ବୋମା ରହିଛି, ଯାହାକି ଗତ ବର୍ଷର ବୋମା ସଂଖ୍ୟା ସହ ସମାନ। ୨୦୧୯ ମସିହା ପ୍ରାରମ୍ଭରେ ଚୀନ ପାଖରେ ୨୮୦ଟି ପରମାଣୁ ବୋମା ଥିବାବେଳେ ଏବେ ଏହା ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାକିସ୍ତାନ ଏହାର ଅସ୍ତ୍ର ଭଣ୍ଡାରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ୧୪୦-୧୫୦ ରୁ ୧୫୦-୧୬୦କୁ ବଢାଇଛି। ଇସ୍ରାଏଲ୍ ପରମାଣୁ ବୋମା ସଂଖ୍ୟା ୮୦ରୁ ୯୦କୁ ବଢାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe