କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ଲଗାତର ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ଦଳ । ବୋଲରଙ୍କ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଭାରତର ବିଜୟକୁ ସହଜରେ ଗ୍ରହଣ କରିପାରୁନାହିଁ ଚିର ପ୍ରତିନ୍ଦ୍ୱନ୍ଦି ପାକିସ୍ତାନ । ଅସହିଷ୍ଣୁ ପାକିସ୍ତାନ କ୍ରିକେଟରମାନେ ଭାରତର ପ୍ରଦର୍ଶନକୁ ଗୌଣ ନଜରରେ ଦେଖିବା ଆରମ୍ଭ କରିଛନ୍ତି । ନିଜ ଦଳର ସଂଘର୍ଷ ବଦଳରେ ଭାରତର ଜୟ ଯାତ୍ରାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

Advertisment

ପାକିସ୍ତାନ ଗଣମାଧ୍ୟମରେ ଭାରତର ପ୍ରଦର୍ଶନକୁ ନେଇ ଅନେକ ଚର୍ଚ୍ଚା ଚାଲୁଛି । ସୋସିଆଲ ମିଡିଆରେ ମଧ୍ୟ ୟୁଟ୍ୟୁବରମାନେ ଭାରତର ବିଜୟକୁ ନେଇ ଭିନ୍ନ ମତ ରଖୁଛନ୍ତି । ନିକଟରେ ପାକିସ୍ତାନର ଏକ ଟିଭି ସୋ’ରେ ପୂର୍ବତନ ଖେଳାଳି ହାସନ ରାଜା ଭାରତୀୟ ବୋଲରଙ୍କୁ ଆଇସିସି ଓ ବିସିସିଆଇ ଭିନ୍ନ ବଲ୍ ଦେଇଛନ୍ତି ବୋଲି କହିଥିଲେ । ବ୍ୟାଟିଂ କଲା ବେଳେ ବଲ୍ ଠିକ୍ ଭାବେ ବ୍ୟାଟକୁ ଆସୁଛି ଓ ହଠାତ୍ ବୋଲିଂ କଲା ବେଳକୁ ସାଂଘାତିକ ସୁଇଙ୍ଗ ହେଉଛି । ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଦାବି କରିଥିଲେ । ହାସନ ରାଜାଙ୍କ ନାଁରେ ପୂର୍ବରୁ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲା । ହାସନ ରାଜାଙ୍କ ଏପରି ବୟାନକୁ ନାପସନ୍ଦ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ୍ ଆକ୍ରମ । କହିଛନ୍ତି ଏପରି ମନ୍ତବ୍ୟ ପାଇଁ ଦେଶର ନାଁ ବଦନାମ ହେଉଛି ।