ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ଏହାକୁ ନେଇ ଚାରିଆଡୁ ନିରାଶାର ସ୍ୱାଦ ଚାଖିବା ପରେ ପାକିସ୍ତାନ ଏବେ ଭାରତକୁ ନଷ୍ଟ କରିବା ପାଇଁ ନୂଆ ଷଡ଼ଯନ୍ତ୍ର ରଚୁଛି । ଭାରତର ଅର୍ଥବ୍ୟବସ୍ଥାକୁ କୁଠାରଘାତ କରିବା ପାଇଁ ପାକିସ୍ତାନ ଏବେ ୨ ହଜାର ଟଙ୍କାର ନକଲି ନୋଟ୍ କୁ ଭାରତ ବଜାରକୁ ଆଣିବାକୁ ଚେଷ୍ଟା କରୁଛି । ଏଭଳି ଏକ ଖବର ଶୁଣିବା ପରେ ଭାରତ ସୁରକ୍ଷା ଏଜେନ୍ସୀଙ୍କ ଆଖିରୁ ଏବେ ନିଦ ହଜିଯାଇଛି । ତେବେ ନକଲି ନୋଟ୍ ସପ୍ଲାଇ କରିବା ପାଇଁ ପାକିସ୍ତାନ କୁଆଡେ ଅବିକଳ ନୋଟ୍ ର ଢାଞ୍ଚାକୁ ନକଲ କରିଥିବା କଥା ସୂତ୍ରରୁ ଶୁଣିବାକୁ ମିଳୁଛି ଯାହା ସରକାରୀ ସାହାଯ୍ୟ ବିନା ଅସମ୍ଭବ । ୨୦୦୦ ଟଙ୍କିଆକୁ ଏଭଳି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଏହାକୁ ଚିହ୍ନିବା ଏବେ କାଠିକର ପାଠ ହୋଇପଡିବ ।

Advertisment

publive-image

ଜାଞ୍ଚ୍ ରୁ ଜଣାପଡିଛି ଯେ କରାଚୀର “ମଲିର୍-ହାଲ୍ଟ” ଅଞ୍ଚଳରେ ପାକିସ୍ତାନୀ ସିକ୍ୟୁରିଟି ପ୍ରେସ୍ ରେ ଏହି ନୋଟ୍ ଛପା ଯାଉଛି ଯେଉଁଥିରେ ପ୍ରଥମଥର ପାଇଁ ‘ଆପ୍ଟିକଲ୍ ବେରିଲବଲ୍ ଇଙ୍କ୍’ର ବ୍ୟବହାର କରାଯାଉଛି । ଖାସ୍ କଥା ହେଉଛି ସବୁଜ ରଙ୍ଗର ଦେଖାଯାଉଥିବା ଏହି ଇଙ୍କ୍ କୁ ତଳଉପର କଲେ ଏହାର ଇଙ୍କ୍ ର ରଙ୍ଗ ବଦଳି ନୀଳ ରଙ୍ଗ ହୋଇଯାଏ । ସୂତ୍ରମୁତାବକ , ପୂର୍ବରୁ ଆସୁଥିବା ଜାଲ୍ ନୋଟରେ ଏହି ରଙ୍ଗର ବ୍ୟବହାର କରାଯାଉନଥିଲା । କିନ୍ତୁ ଏବେ ଏହି ଇଙ୍କ୍ ର ବ୍ୟବହାର କରାଗଲାଣି ଯାହା ବିଦେଶରୁ ଆସୁଛି । ଏହି ଜାଲ୍ ନୋଟ୍ ଛପିବା ପରେ ଏହାକୁ କରାଚିରେ ବସିଥିବା ମୋଷ୍ଟ-ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ଦ୍ୱାରା ଭାରତରେ ପ୍ରସାରିତ କରିବାର ଖବର ଶୁଣିବାକୁ ମିଳୁଛି ।