ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାକୁ ପୁଣିଥରେ ଟାର୍ଗେଟ୍ କରାଯାଇଛି । ପୁଣିଥରେ ଫାୟାରିଙ୍ଗ୍ କରିବା ଆରମ୍ଭ କରିଛି ପାକିସ୍ତାନ । ପାକିସ୍ତାନ ପୁଞ୍ଝ ର ମେଢର ସେକ୍ଟରରେ ସିଜ୍ ଫାୟାର୍ ଉଲ୍ଲଘଂନ କରି ଫାୟାରିଙ୍ଗ୍ ଆରମ୍ଭ କରିଥିଲା ପାକିସ୍ତାନ । ତେବେ ଗୁଳି ବିନିମୟ ମଧ୍ୟରେ ୧୨ ଜଣ ସରକାରୀ ସ୍କୁଲପିଲା ଫସି ରହିଥିôବା ଖବର ଶୁଣିବାକୁ ମିଳୁଛି । ଭାରତୀୟ ସୁରକ୍ଷା ବଳ ମଧ୍ୟ ପାକ୍ କୁ ପାଲଟା ଜବାବ୍ ଦେବା ସହ ଫସି ରହିିଥିବା ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ସୂଚନା ମୁତାବକ , ସୋମବାର ରାତି ୯ ଟାରୁ ହିଁ ପାକିସ୍ତାନ ପକ୍ଷରୁ ଲଗାତାର ହୀରାନଗର ସେକ୍ଟର ଉପରେ ଗୁଳିଚାଳନା କରାଯାଇଥିଲା । ସ୍ଥାନୀୟଲୋକଙ୍କ କହିବାନୁସାରେ , ରାତି ୧ ପର୍ଯ୍ୟନ୍ତ ଫାୟାରିଙ୍ଗ୍ ହୋଇଥିଲା । ସୂଚନା ମୁତାବକ , ଦ୍ୱିପ୍ରହର ସମୟରେ ଯେତେବେଳେ ଗୁଳିବିନିମୟ ଆରମ୍ଭ ହେଲା ସେତେବେଳେ ସ୍କୁଲ ଛୁଟି ହେବାକୁ ଆସିଥିଲା । ଫାୟାରିଙ୍ଗ୍ କାରଣରୁ ୧୨ ଜଣ ପିଲା ସେଠାରେ ଫସିଯାଇଥିଲେ । ବର୍ତ୍ତମାନ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛନ୍ତି ଭାରତୀୟ ସୁରକ୍ଷା ବଳ ।
Follow Us
/kanak/media/post_attachments/wp-content/uploads/2019/10/nationalherald_2019-09_88a2b8bb-28ab-4bfe-98a7-f4f4eadb2476_LoC-300x188.jpg)