କନକ ବ୍ୟୁରୋ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି । ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ଭାରତ-ପାକିସ୍ତାନ ମୁହାଁମୁୁହିଁ ହେଉଛନ୍ତି । ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାବର ଆଜମ୍ । ଫଳରେ କ୍ରିକେଟ୍ ପ୍ରେମୀମାନେ ପ୍ରଥମେ ଭାରତର ବ୍ୟାଟିଂ ଦେଖିବାକୁ ପାଇବେ । ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହେଇଛି । ଦୀର୍ଘ ଦିନ ପରେ ଦଳରେ ସ୍ଥାନ ପାଇଛନ୍ତି କେ ଏଲ ରାହୁଲ । ଶ୍ରେୟାସ ଆୟର ଆହତ ହେଇଥିବାରୁ ତାଙ୍କ ସ୍ଥାନରେ ରାହୁଲ ଦଳକୁ ରିଟର୍ଣ୍ଣ କରିଛନ୍ତି । ସେହିପରି ଦ୍ରୁତ ବୋଲର ଜଶପ୍ରୀତ ବୁମରା ମଧ୍ୟ ଦଳକୁ ଫେରିଛନ୍ତି । ଅନ୍ୟପଟେ ପାକିସ୍ତାନ ଟିମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦଳ ନିଜର ପୁରୁଣା ଏକାଦଶ ସହ ପଡିଆକୁ ଓହ୍ଲାଇଛି ।
ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍
ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି
ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ #INDvsPAK#AsiaCup2023#KanakNewspic.twitter.com/rhVlAF2Obq— Kanak News (@kanak_news) September 10, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/11-11.jpg)