ହସି ହସି ଗଡାଇଲା ପାକିସ୍ତାନର ଏହି ଟ୍ୱିଟ: ଏମିତି ଇଂରାଜୀ କହି ଟ୍ରୋଲ ହେଲା ପିସିବି

460

କନକ ବ୍ୟୁରୋ: ଆଜି ପାକିସ୍ତାନରେ ହେବାକୁଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ସିରିଜ ଆରମ୍ଭ ହେବାର ଠିକ କିଛି ସମୟ ପୂର୍ବରୁ ରଦ୍ଦ କରିଛି ନ୍ୟୁଜିଲାଣ୍ଡ । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏଭଳି ଗୋଟିଏ ବଡ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ହେଲେ ମ୍ୟାଚ ରଦ୍ଦ ହେବା ପୂର୍ବରୁ ପାକିସ୍ତାନ ଯେଉଁ ଟ୍ୱିଟ କରିଥିଲା ତାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏଭଳି ଏକ ଅଜବ ଇଂଲିଶ ପାଇଁ ପିସିବିକୁ ଜୋରଦାର ଟ୍ରୋଲ କରୁଛନ୍ତି ୟୁଜର ।

ପିସିବି ନିଜ ଟ୍ୱିଟରେ ଲେଖିଥିଲା, ଆଜି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଆମକୁ ସୂଚିତ କରିଛି ଯେ, ତାଙ୍କୁ କିଛି ସୁରକ୍ଷା ବ୍ୟବସ୍ଥା ପାଇଁ ଆଲର୍ଟ କରାଯାଇଛି । ଆଉ ସେମାନେ ଏକତରଫା ଭାବେ ସିରିଜକୁ ରଦ୍ଦ କରିଛନ୍ତି । ପିସିବି ଓ ପାକିସ୍ତାନ ସରକାର ଆଗାମୀ ଦିନରେ ଟିମ ମାନଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିବେ ।

ହେଲେ ଏହି ଟ୍ୱିଟ ଭିତରେ ଇଂରାଜୀରେ ଲଙ୍କକ୍ଷକ୍ଷ ବଦଳରେ ଲକ୍ଟକ୍ଟକ୍ଷ ଲେଖିଦେଇଥିଲା ପାକିସ୍ତାନ । ଯାହାକୁ ନେଇ ସୋସିଆଲମିଡିଆରେ ଟ୍ରୋଲ ଶିକାର ହୋଇଥିଲା ପିସିବି ।
ଜଣେ ସାମ୍ବାଦିକ ଏହାକୁ ସେୟାର କରି ଲେଖିଛନ୍ତି, ଇମ୍ରାନ ଖାନ, ରମିଜ ରାଜାଙ୍କ ନେତୃତ୍ୱରେ ପାକିସ୍ତାନ ଲକ୍ଟକ୍ଟକ୍ଷ କ୍ଟ୍ରକ୍ସକ୍ଟକ୍ଟଲ ବ୍ୟବସ୍ଥା କରିଛନ୍ତି । ଆଉ ଜଣେ ଲେଖିଛନ୍ତି ଲଙ୍କକ୍ଷକ୍ଷ କ୍ଟ୍ରକ୍ସକ୍ଟକ୍ଟଲ ସିକ୍ୟୁରିଟି ହୋଇଥିଲେ ଖେଳିଥାନ୍ତେ ଲକ୍ଟକ୍ଟକ୍ଷ କ୍ଟ୍ରକ୍ସକ୍ଟକ୍ଟଲ ଯୋଗୁଁ ଡରିଗଲେ ବୋଧେ ।

୨୦୦୯ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା ଟିମ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଯାହା ପରେ ଶ୍ରୀଲଙ୍କା ଟିମ ପାକିସ୍ତାନ ଗସ୍ତ ବନ୍ଦ କରିଦେଇଥିଲା । ଏହି ଘଟଣା ପରେ ଅନେକ ଟିମ ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ବନ୍ଦ କରିଦେଇଛନ୍ତି ।