କନକ ବ୍ୟୁରୋ: ଶେଷ ମ୍ୟାଚରେ ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ପାକିସ୍ତାନ । ରବିବାର ଖେଳାଯାଇଥିବା ଟି-୨୦ ୱାର୍ଲଡକପର ୩୬ତମ ମ୍ୟାଚରେ ବିପକ୍ଷ ଟିମ୍ ଆୟର୍ଲାଣ୍ଡକୁ ୩ ୱିକେଟରେ ପରାସ୍ତ କରିଥିବା ବେଳେ ଉଭୟ ଟିମର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ଶାହିନ୍ ଆଫ୍ରିଦି ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ୍ ଆର୍ୟାଲାଣ୍ଡ ୨୦ ଓଭରରେ ୧ଟି ୱିକେଟ ବାକି ଥାଇ ୧୦୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ପାକିସ୍ତାନ ୧୮.୫ ଓଭରରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷକୁ ହାସଲ କରିନେଇଛି ।
ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ୩୨ ଏବଂ ଶାହିନ୍ ଆଫ୍ରିଦି ୧୩ ରନରେ ଅପରାଜିତ ରହି ଦଳକୁ ବିଜୟ ଦେଇଛନ୍ତି । ଅନ୍ୟ ଏକ ମ୍ୟାଚରେ ଟ୍ରାଭିସ୍ ହେଡ଼ ଓ ମାର୍କସ ଷ୍ଟୋଇନିସଙ୍କ ଦମଦାର ଅର୍ଧଶତକ ଫଳରେ ୫ୱିକେଟରେ ସ୍କଟଲାଣ୍ଡକୁ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/44-6.jpg)