କନକ ବ୍ୟୁରୋ: ଆଜି ଅଣ୍ଡର-୧୯ ଏସିଆ କପରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ପାକିସ୍ତାନ ଚମତ୍କାର ପ୍ରଦର୍ଶନ କରିଥିଲା । ଫଳରେ ଏହି ମ୍ୟାଚରେ ଭାରତକୁ ପରାସ୍ତ କରି ପାକିସ୍ତାନ ବିଜୟୀ ହୋଇଛି । ପାକିସ୍ତାନ ଏହି ମ୍ୟାଚରେ ୨ ୱିକେଟରେ ଭାରତଠୁ ବିଜୟ ଲାଭ କରିଛି ।

Advertisment

ଏହି ମ୍ୟାଚରେ ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା ଭାରତ । ଭାରତ ବ୍ୟାଟ୍ସମ୍ୟାନମାନେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । ଆରାଧ୍ୟ ଯାଦବ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ହାରନୁର ସିଂ ୪୬, କୌଶଲ ତାମ୍ବେ ୩୨ ରନ କରିଥିଲେ । ଫଳରେ ଭାରତ ୪୯ ଭରର ଖେଳି ୨୩୭ ରନରେ ଅଲଆଉଟ ହୋଇଯାଇଥିଲା ।

୨୩୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ପାକିସ୍ତାନ ଦଳ । ପାକିସ୍ତାନ ପକ୍ଷରୁ ମହମ୍ମଦ ସେହଜାଦ ୮୧ ଓ ଇରପାନ ଖାନ ୩୨ ରନ କରିଥିଲେ । ଫଳରେ ୫୦ ଓଭରରେ ୮ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ପାକିସ୍ତାନ ।