କନକ ବ୍ୟୁରୋ : ନାଁ ନନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଟାର୍ଗେଟ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କହିଲେ ଆଫଗାନିସ୍ତାନର ଅବସ୍ଥା ଚିନ୍ତାଜନକ । କିଛି ଦେଶ ଆତଙ୍କବାଦୀଙ୍କୁ କରୁଛନ୍ତି ସହାୟତା । ଯାହାକୁ ରୋକିବାକୁ ପଡିବ । ଆତଙ୍କବାଦର ସମସ୍ତ ରୂପକୁ ନିନ୍ଦା କରାଯିବା ଆବଶ୍ୟକ । ଆତଙ୍କବାଦ ବିରୋଧରେ ସାରା ଦୁନିଆଁ ଏକାଠି ହେବାକୁ ପଡିବ । ଆତଙ୍କବାଦ ବିରୋଧୀ ଲଢ଼େଇରେ ଆଗାମି ଦିନରେ ବି ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ।
ଆଇଏସଆଇଏସ ଆତଙ୍କୀ ସଂଗଠନ କଥା ଉଠାଇ କହିଛନ୍ତି ଆତଙ୍କବାଦୀଙ୍କ ଜୀବନ ନେବା ବଦଳରେ ଏମାନଙ୍କୁ ପୁରଷ୍କାର ବାବଦରେ ବିଟ୍ କଏନ ଦିଆଯାଉଛ । ଅନଲାଇନରେ ମିଛ ପ୍ରଚାର କରାଯାଇ ଯୁବକମାନଙ୍କୁ ପଥଭ୍ରଷ୍ଟ କରାଯାଉଛି । ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କଥା ଉଠାଇ ଜୟଶଙ୍କର କହିଛନ୍ତି, ଭାରତ ଅନେକ ଥର ଆତଙ୍କବାଦ ଆକ୍ରମଣର ଶିକାର ହୋଇଛି । ସେଥିରୁ ୨୦୦୮ ମୁମ୍ବାଇ ବିସ୍ପୋରଣ , ୨୦୧୬ର ପଠାନକୋଟ୍ ଏୟାରବେସ୍ ଆକ୍ରମଣ, ୨୦୧୯ରେ ପୁଲୱାମା ଆକ୍ରମଣ । ତେବେ ଆତଙ୍କବାଦୀଙ୍କ ସହ ଭାରତ କେବେ ବି ବୁଝାମଣା କରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/3-25.jpg)