ଭାରତୀୟ ସିନେମା ଉପରେ ପାକିସ୍ତାନ ଲଗାଇଲା ବ୍ୟାନ : କେବଳ ଭାରତୀୟ ଫିଲ୍ମରୁ ହିଁ ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରି କରେ ରୋଜଗାର
ମଙ୍ଗଳବାର ଫେବୃୟାରି ୨୬ରେ ଭାରତୀୟ ବାୟୁସେନା (ଆଇଏଏଫ୍) ଆକଶ ମାର୍ଗରୁ ଆକ୍ରମଣ କରି ଜୈସ-ଇ-ମହମ୍ମଦର ସବୁଠାରୁ ବଡ଼ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇବା ପାଇଁ ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ଭାରତୀୟ ଫିଲ୍ମକୁ ପାକିସ୍ତାନରେ ବ୍ୟାନ କରିବା ଦ୍ୱାରା ବଲିଉଡ୍ ଇଣ୍ଡଷ୍ଟ୍ରି ଉପରେ କୌଣସି ପ୍ରଭାବ ପଡିବ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚୌଧୁରୀ ଟୁଇଟରରେ ଘୋଷଣା କରି କହିଛନ୍ତି, କୌଣସି ବି ଭାରତୀୟ ସିନେମାକୁ ପାକିସ୍ତାନରେ ରିଲିଜ କରାଯାଇ ପାରିବ ନାହିଁ। ଏଥିସହିତ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ନିୟାମକ ପ୍ରାଧିକରଣ (ପିଇଏମଆରଏ)କୁ ‘ମେଡ ଇନ୍ ଇଣ୍ଡିଆ’ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ପୂର୍ବରୁ କୌଣସି ବି ପାକିସ୍ତାନ କଳାକାର ଭାରତରେ କାମ କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ଏହାର ପ୍ରଭାବରେ ବୋଧହୁଏ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଭାରତରେ କିଛିଟା ପାକିସ୍ତାନ ସିନେମା ରିଲିଜ ହେବା ଦେଖିବାକୁ ମିଳିଥିବା ବେଳେ ପାକିସ୍ତାନ ସିନେମା ହଲରୁ ୭୦ ପ୍ରତିଶତ ରାଜସ୍ୱ ବଲିଉଡ୍ ସିନେମାରୁ ହିଁ ମିଳିଥାଏ। ଭାରତୀୟ ସିନେମା ପାକିସ୍ତାନରେ ରିଲିଜ କରିବା ଉପରେ ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନ ୭୦ ପ୍ରତିଶତ ରାଜସ୍ୱ ବିନା ଚଳି ପାରିବ ତ ? ବର୍ତମାନ ପାକିସ୍ତାନର ପ୍ରତିବନ୍ଧକ ଜାରି ପରେ ଏହି ପ୍ରଶ୍ନ ଉଠିଛି।