କନକ ବ୍ୟୁରୋ: ପାକିସ୍ତାନ ବେଲୁଚିସ୍ତାନରେ ବଡଧରଣର ଆକ୍ରମଣ । ଚୀନର ଇଞ୍ଜିନିୟରଙ୍କୁ ନେଇ ଯାଉଥିବା କାରକେଡ ଉପରେ ଆକ୍ରମଣ ହୋଇଛି । ଏଥିରେ ଅନେକ ଜଣ ମୃତାହତ ହୋଇଥିବା ଜଣାପଡିଛି । ସେହିଭଳି ପାକିସ୍ତାନର ୨ ସୁରକ୍ଷା କର୍ମୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଏହି ଆକ୍ରମଣ ଗ୍ୱାଦରର ଫକିର ବ୍ରିଜରେ ହୋଇଛି । ପାକିସ୍ତାନ ପକ୍ଷରୁ ଆକ୍ରମଣ ନେଇ ସୂଚନା ଦିଆଯାଇଛି । ବେଲୁଚ ଲିବରେସନ ଆର୍ମି ଏଥିପାଇଁ ନିଜକୁ ଦାୟୀ କରିଛି । ସୂଚନା ଅନୁସାରେ ୪ ଜଣ ଚୀନ ନାଗରିକଙ୍କ ସହ ୯ ପାକିସ୍ତାନୀ ସୈନ୍ୟଙ୍କର ଏଥିରେ ମୃତ୍ୟୁ ହୋଇଛି ।