କନକ ବ୍ୟୁରୋ: ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ପାକିସ୍ତାନୀ ବେଲୁନ ମିଳିବା ପରେ ଚର୍ଚ୍ଚା ଜୋର ଧରିଛି । ଏହି ବେଲୁନ ସିମଲାର କୁମାରସେନ ଅଞ୍ଚଳରେ ମିଳିଛି । ପାକିସ୍ତାନ ବେଲୁନ ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏଥିରେ ପାକିସ୍ତାନର ପତାକା ତିଆରି ହୋଇଛି । ଏହି ବେଲୁନର ଆକାର ଏକ ଜାହାଜ ସଦୃଶ ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରାରମ୍ଭିକ ଯାଞ୍ଚରୁ ଜଣା ପଡିଛି କି ବେଲୁନ ଟି ପାକିସ୍ତାନର କାରଣ ଏଥିରେ ପାକିସ୍ତାନର ପାତାକା ଅଛି । ମାମଲାକୁ ଗମ୍ଭୀରତାକୁ ନଜରରେ ରଖି ପୋଲିସ ସବୁ ଦିଗକୁ ନେଇ ଯାଞ୍ଚ କରୁଛି । ପୋଲିସର କହିବାନୁସାରେ ଯାଞ୍ଚ ପରେ ଜଣାପଡିବ ବେଲୁନ କେଉଁଠୁ ଆସିଲା ଆଉ କିଏ ପଠାଇଲା ।
ହିମାଚଳ ପ୍ରଦେଶ ସହ ଦେଶର କିଛି ରାଜ୍ୟରୁ ପାକିସ୍ତାନ ବେଲୁନ ମିଳିବାର ଖବର ସାମ୍ନାକୁ ଆସିଛି । ପଞ୍ଜାବ ଓ ଜାମ୍ମୁ କାଶ୍ମିର ଭଳି ପାକିସ୍ତାନ ସୀମାନ୍ତ ରାଜ୍ୟରୁ ଏମିତି ଖବର ସାମ୍ନାକୁ ଆସିଥାଏ । ଗତ ମାସରେ ସିମଲା ଜିଲ୍ଲାର ରାମପୁର ଅଞ୍ଚଳରେ ପାକିସ୍ତାନ ନୋଟ ମିଳିଥିଲା । ତେବେ ପୁଣି ଏବେ ବେଲୁନ ମିଳିବା ପରେ ସତର୍କ ହୋଇଛି ପ୍ରତିରକ୍ଷା ବିଭାଗ ।