କନକ ବ୍ୟୁରୋ: ଆମେରିକା କେବେବି ପାକିସ୍ତାନରେ ମିଲିଟାରୀ ବେସ୍ ତିଆରି କରିବାକୁ ଦାବି କରିନାହିଁ ବୋଲି ପାକିସ୍ତାନ ସେନା କହିଛି । ଗଣମାଧ୍ୟମ ସିହିତ କଥାବାର୍ତ୍ତା ସମୟରେ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନର ନିର୍ଦ୍ଦେଶକ ଜେନେରାଲ ମେଜର ବାବର ଇପ୍ତିଖାର କହିଛନ୍ତି, ଯଦି ଆମେରିକା ମିଲିଟାରୀ ବେସ୍ ମାଗିଥିଲେ ମଧ୍ୟ ପାକିସ୍ତାନ ସେନା ତାଙ୍କୁ ସହଯୋଗ କରିନଥାନ୍ତା ।

ବାବର ଇଫ୍ତିଖାର ସୂଚନା ଦେଇ କହିଛନ୍ତି ଯେ, ପାକିସ୍ତାନ ସେନା ପ୍ରମୁଖ ଜେନେରାଲ କମର ଜାବେଦ ବାଜୱାଙ୍କର ନଭେମ୍ବରରେ କାର୍ଯ୍ୟକାଳ ସରୁଥିବାରୁ ସେ ଚାକିରୀରୁ ଅବସର ନେବେ । ସେ କହିଛନ୍ତି ବାଜୱା ଚାକିରି ସମୟ ବଢାଇବେ ନାହିଁ କିମ୍ବା ତାଙ୍କର ଚାକିରୀ ସମୟ ବଢିଲେ ମଧ୍ୟ ସେ ଗ୍ରହଣ କରିବେ ନାହିଁ । ଜେନେରାଲ ବାଜୱା ୨୦୨୨ ନଭେମ୍ବର ୨୯ ତାରିଖରେ ଚାକିରୀରୁ ଅବସର ନେବେ ବୋଲି ବାବର ଇଫତିଆର କହିଛନ୍ତି । ଏହା ସହିତ ସେ ଅହୁରି କହିଛନ୍ତି ଯେ, ଗଣତନ୍ତ୍ର ପାକିସ୍ତାନର ଭବିଷ୍ୟତ ଦେଶରେ କୌଣସି ସାମରିକ ଆଇନ୍ ରହିବ ନାହିଁ ।