ଆଇଏସଆଇ ଏବଂ ପାକିସ୍ତାନ ସେନାର ମିଳିତ ଷଡ଼ଯନ୍ତ୍ର ! ଜିହାଦୀଙ୍କୁ ଦିଆଯାଉଛି ନ୍ୟୁକ୍ଲିୟର୍ ଯୁଦ୍ଧର ତାଲିମ , ଜାଲରେ ଫସିଛି ଚୀନ୍ । 

538

ଆଇଏସଆଇ ଏବଂ ପାକ୍ ଆର୍ମି ଏଭଳି ଏକ ବିପଦପୂର୍ଣ୍ଣ ଷଡ଼ଯନ୍ତ୍ରର ତାଲିମ୍ ନେଉଛନ୍ତି ଯାହା କେବଳ ପାକିସ୍ତାନକୁ ହିଁ ନୁହଁ ସମ୍ପୁର୍ଣ୍ଣ ଦୁନିଆକୁ ଧ୍ୱଂସାବିମୁଖେ ଆଡକୁ ଟାଣି ନେଇଯିବ । ଥରେ ଚିନ୍ତା କରନ୍ତୁ ଯଦି ପରମାଣୁ ଭଳି ବିସ୍ଫୋଟକ ଆତଙ୍କବାଦୀଙ୍କ ହାତରେ ଲାଗିଗଲା ତେବେ ଦୁନିଆର ହେବ କ’ଣ? ପୋକମାଛି ଭଳି ଲୋକେ ମରିବେ । ତେବେ ଏଥିରେ ଆତଙ୍କବାଦୀଙ୍କ ସ୍ୱର୍ଗ ମନା ଯାଉଥିବା ପାକିସ୍ତାନକୁ କୌଣସି ଫରକ ପଡୁନାହିଁ । ଗୁଇନ୍ଦା ବିଭାଗକୁ ମିଳୁଥିବା ସୂଚନା ଅନୁସାରେ , ପାକିସ୍ତାନ ଚୀନ୍ ର ଫଣ୍ଡିଙ୍ଗ୍ ଏବଂ ଏହାର ଟେକନିକ୍ କୁ ବ୍ୟବହାର କରି ଆତଙ୍କବାଦୀଙ୍କୁ ନ୍ୟୁକ୍ଲିୟର୍ ୱାରଫେୟର୍ ର ଟ୍ରେନିଙ୍ଗ୍ ଦେଉଛି । ସିପିଇସିରେ ଚୀନ୍ ଯେଉଁ ନ୍ୟୁକ୍ଲିୟର୍ ମାନ୍ୟୁଫେକ୍ଚରିଙ୍ଗ୍ ଏବଂ ଡିଫେନ୍ସ ୟୁନିଟ୍ କରିଛି ସେଥିରେ ପାଖାପାଖି ୮୦ ପ୍ରତିଶତ ତହରିକ୍ –ଏ- ତାଲିବାନ୍ ଏବଂ ତାଲିବାନ୍ ବିଚାରଧାରାରେ ପ୍ରଭାବିତ ଲୋକମାନେ ଟ୍ରେନିଙ୍ଗ୍ ନେଉଛନ୍ତି ।

ପାକ୍ ଖର୍ଚ୍ଚ କରିଛି ୯୧୨ ମିଲିୟନ୍ ଡଲାର : 

ଏହି ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ୍ କୁ ପାକିସ୍ତାନ ୯୧୨ ମିଲିୟନ୍ ଡଲାର ଖର୍ଚ୍ଚ କରି ପ୍ରସ୍ତୁତ କରିଛି । ପାକ୍ ଚୀନ୍ ଟେକ୍ନିକାଲ୍ ଏବଂ ଭୋକେସନାଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ୍ , ଗ୍ୱାଦର୍ ଏବଂ ସାଟେଲାଇଟ୍ ରିସର୍ଚ୍ଚ ସେଣ୍ଟର । ଏହା ଗ୍ୱାଦର ଏବଂ ବେଲୁଚିସ୍ତାନ୍ ଛଡା ଆଉ ୩ ଟି ସ୍ଥାନରେ ରହିଛି । ଯେଉଁଠାରେ ଜିହାଦୀ ବିଚାରଧାରାର ଲୋକଙ୍କୁ ଟ୍ରେନିଙ୍ଗ୍ ଦିଆଯାଉଛି ।

ଚୀନ୍ ଏହି ଷଡ଼ଯନ୍ତ୍ରରେ ଫସୁଥିବା ଭଳି ମନେ ହେଉଛି : 

ପାକିସ୍ତାନର ଏହି ଦୋମୁହାଁ ଖେଳରେ ଚୀନ୍ ମଧ୍ୟ ଫସୁୁଥିବା ଦେଖାଯାଉଛି । ପାକିସ୍ତାନ ଏହି ଶିକ୍ଷାନୁଷ୍ଠାନରେ ପ୍ରଶିକ୍ଷିତ ନେଉଥିବା ଜିହାଦୀଙ୍କ ବ୍ୟବହାର ଚୀନ୍ ର ଶିନଜିୟାଙ୍ଗ୍ ପ୍ରାନ୍ତରେ ଥିବା ମୁସଲମାନ୍ ଙ୍କୁ ସମର୍ଥନ ଦେବା ପାଇଁ କରିବ । ଶୁଣାଯାଉଛି ଯେ ଶିନଜିୟାଙ୍ଗ୍ ରେ ଚୀନ୍ ପାଖାପାଖି ୧୦ ଲକ୍ଷ ମୁସଲିମ୍ ଙ୍କୁ ଏକସାଙ୍ଗରେ ରଖିଛି । ତେବେ ଚୀନ୍ କିନ୍ତୁ ଏହି ଖବରକୁ ଅନେକ ଥର ଖଣ୍ଡନ କରିଛି ।