ପାକିସ୍ତାନ ଅନ୍ୟ ଗ୍ରହରେ ରହୁନି, ପେଟ୍ରୋଲ ଦର ବଢିବ । ପାକିସ୍ତାନବାସୀଙ୍କ କଟା ଘାରେ ଚୂନ ଦେଲେ ଇମ୍ରାନଙ୍କ ମନ୍ତ୍ରୀ ।

170

କନକ ବ୍ୟୁରୋ : ଭାରତ ଭଳି ପାକିସ୍ତାନରେ ମଧ୍ୟ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ଏପରିକି ଗୋଟିଏ ଦିନରେ ପେଟ୍ରୋଲ ଦର ୧୦ ଟଙ୍କାରୁ ଅଧିକ ଓ ଡିଜେଲ ଦର ୧୨ ଟଙ୍କାରୁ ଅଧିକ ବଢିଛି । ଆଉ ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତୈଳ ଦର ବୃଦ୍ଧି ପାଇଁ ଲୋକେ ଇମ୍ରାନ ସରକାରଙ୍କୁ ଦାୟୀ କରୁଛନ୍ତି । କିନ୍ତୁ ସରକାରରେ ଥିବା ମନ୍ତ୍ରୀ  ଲୋକଙ୍କୁ ବୁଝାଇବା ପରିବର୍ତ୍ତେ କଟା ଘାରେ ଚୂନ ଦେଲା ଭଳି ବୟାନ ରଖୁଛନ୍ତି । ଆଉ ଏହି କ୍ରମରେ ଇମ୍ରାନ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ଫୱାଦ ଚୌଧୁରୀଙ୍କ ଏକ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଠିକ୍ କହିବା ସହ  ଫୱାଦ ଚୌଧୁରୀ କହିଛନ୍ତି ଯଦି ବୈଶ୍ୱିକ ସ୍ତରରେ ତେଲ ଦର ବୃଦ୍ଧି ହୁଏ ତେବେ ସେହି ହିସାବରେ ପାକିସ୍ତାନରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢିବା ସ୍ୱାଭାବିକ । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଯେଉଁଭଳି ପ୍ରଚାର କରାଯାଉଛି ଲାଗୁଛି ପାକିସ୍ତାନ ଯେପରି ପୃଥିବୀରେ ନୁହେଁ ବରଂ ଅନ୍ୟ ଗ୍ରହରେ ବାସ କରୁଛି । ପୂରା ଦେଶକୁ ସବସିଡିେୀ ଚଳାଇ ହେବ ନାହିଁ । ଯଦି ଅନ୍ତର୍ଜାତୀୟ ସ୍ତରରେ ଦର କମିବ ତେବେ ପାକିସ୍ତାନରେ ମଧ୍ୟ ତୈଳ ଦର କମିବ ବୋଲି କହିଛନ୍ତି ଫୱାଦ ।

ଫୱାଦ କହିଛନ୍ତି, ଏକ ରାଷ୍ଟ୍ର ଭାବେ ସମସ୍ତଙ୍କୁ ମିଳିତ ଭାବେ ଚ୍ୟାଲେଞ୍ଜ ଓ କଠିନ ପରିସ୍ଥିତିକୁ ସାମ୍ନା କରିବାର ଆବଶ୍ୟକତା ରହିଛି । ଯେଉଁଭଳି ବିଭିନ୍ନ ସାମଗ୍ରୀ ମହଙ୍ଗା ହେଉଛି ସେଥିପାଇଁ ପ୍ରାଇଭେଟ ସେକ୍ଟର ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଏକ ଭଲ  ଉପାୟ । ୨୦୧୮ ତୁଳନାରେ ଅନ୍ତର୍ଜୀତୀୟ ବଜାରରେ ବ୍ୟାରେଲ ପିଛା ୮୫ ଡଲାର ଅଧିକ ଟଙ୍କାରେ ପହଞ୍ଚିଛି । ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଛି ।