ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ କରିଥିଲା ପାକିସ୍ତାନ । ଲସ୍କର–ଇ-ତୋଇବା ଆତଙ୍କବାଦୀ ସଂଗଠନର ୧୦ ଜଣ ଆତଙ୍କୀ ୨୦୦୮ ରେ କରାଚିରୁ ମୁମ୍ବାଇକୁ ଡଙ୍ଗାରେ ଯାଇ ଆକ୍ରମଣ କରିଥିଲେ । ଏହି ଘଟଣାକୁ ୧୦ ବର୍ଷ ବିତି ଯାଇଥିଲା । ଶେଷରେ ଏହି ଘଟଣାକୁ ସ୍ୱୀକାର କରିଛି ପାକିସ୍ତାନ । ଖାଲି ଏତିକି ନୁହେଁ ଏକ ସାକ୍ଷାତକାରରେ ନୱାଜ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛି ।
ତେବେ ରାୱଲପିଣ୍ଡି ଅଦାଲତରେ ମୁମ୍ବାଇ ଆକ୍ରମଣର ଟ୍ରାଏଲ ବିଳମ୍ବ କାହିଁକି ହେଉଛି କ’ଣ ପାଇଁ ସେ ଘଟଣାର ସତ୍ୟାସତ୍ୟ ଉପରେ କୋର୍ଟ ଧ୍ୟାନ ଦେଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ସରିଫ୍ । ଆଉ ମଧ୍ୟ କହିଛନ୍ତି ଯେ ଗୋଟିଏ ଦେଶରେ ଯେତେବେଳେ ତିନୋଟି ସୀମାନ୍ତର ସରକାର ଚାଲେ ସେତେବେଳେ ଦେଶ ସଠିକ୍ ଦିଶା ପାଏ ନାହିଁ । ଏଭଳି ସରକାରଙ୍କୁ ହଟାଇବାକୁ ପଡିବ । ଏହା ସହ ଦେଶରେ ସାମ୍ବିଧାନିକ ପ୍ରକିୟାରେ ନିର୍ବାଚନ କରି ସରକାରଙ୍କୁ ଆଣିଲେ ଦେଶ ସଠିକ୍ ଢ଼ଙ୍ଗରେ ଚାଲି ପାରିବ ବୋଲି ସରିଫ କହିଛନ୍ତି ।
ପୂର୍ବରୁ ଅନେକ ସମୟରେ ପାକିସ୍ତାନ ଗଣମାଧ୍ୟମ ସମ୍ମୁଖରେ ମୁମ୍ବାଇ ଆତଙ୍କବାଦୀ ଅକ୍ରମଣରେ ଜଡିତ ନ ଥିବା କହିଆସୁଥିଲା । ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଏଭଳି ବୟାନ ପାକିସ୍ତାନର ମିଥ୍ୟା ବୟାନ ଉପରେ ଶକ୍ତ ଚାପୁଡା ଦେଇଛି ।