ଶନିବାରର ବିଶ୍ବକପ୍ ମ୍ୟାଚ୍ ଅବସରରେ ପାକିସ୍ତାନ ଏବଂ ଆଫ୍ଗାନିସ୍ତାନ ଖେଳାଳି ପଡ଼ିଆ ଭିତରେ ଲଢ଼େଇ କରୁଥିଲା ବେଳେ ପଡ଼ିଆ ବାହାରେ ଏହି ଦୁଇ ଦଳର ପ୍ରଶଂସକ ହାତାହାତି ହୋଇଥିଲେ। ମ୍ୟାଚର ପ୍ରଥମାର୍ଧରେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ଏକାଧିକ ସ୍ଥାନରେ ଉଭୟ ଦଳର ପ୍ରଶଂସକ ମୁହାଁମୁହିଁ ହେବା ସହ ହିଂସାତ୍ମକ ଲଢ଼େଇ ଦେଖିବାକୁ ମିଳିଥିଲା। ଏହି କାରଣରୁ ସୁରକ୍ଷାକର୍ମୀ ଦୁଇ ଜଣ ପ୍ରଶଂସକଙ୍କୁ ଦର୍ଶକ ଗ୍ୟାଲେରିରୁ ବାହାର କରି ଦେଇଥିଲେ। ସଂପୃକ୍ତ ପ୍ରଶଂସକମାନେ ଷ୍ଟାଡିୟମ୍ ବାହାରେ ହୋହଲ୍ଲା ଓ ଠେଲା ପେଲା କରିଥିଲେ। ଏଥିରେ କିଛି ସାମ୍ବାଦିକ ବି ଆହତ ହୋଇଥିଲେ। ଉତକ୍ଷିପ୍ତ ଆଫଗାନ ପ୍ରଶଂସକ ସୁରକ୍ଷା ଫାଟକ ଭାଙ୍ଗିଦେବାକୁ ପ୍ରୟାସ କରିବା ସହ ପୁଲିସ ଉପରକୁ ବୋତଲ ମାଡ଼ କରିଥିଲେ। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା।
What the hell is going on outside #leads ? Fight between Afghani and Pakistani Fans..#PAKvAFG#CWC19pic.twitter.com/eqfIFS2z7u
— Sultan Shah (@SultanShah1) June 29, 2019
ହେଡିଂଲେ ଷ୍ଟାଡିୟମ୍ ଉପରେ ‘ବଲୁଚିସ୍ତାନ ପାଇଁ ନ୍ୟାୟ’ ସ୍ଲୋଗାନ ଲେଖାଥିବା ଏକ ବିମାନ ଉଡ଼ିବା ପରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ବିମାନଟି ବେଆଇନ ଭାବେ ଉଡ଼ାଣ କରିଥିବା ଆୟୋଜକମାନେ କହିବା ସହ ମାମଲାର ଆନୁଷ୍ଠାନିକ ତଦନ୍ତ କରାଯିବ ବୋଲି ଘୋଷଣା କରିଥିଲେ। ବଲୁଚିସ୍ତାନ ପାକିସ୍ତାନର ଏକ ବିବାଦୀୟ ଅଞ୍ଚଳ ହୋଇଥିଲା ବେଳେ ଏଠାକାର ଅଧିବାସୀ ସ୍ବାଧୀନତା ପାଇଁ ଲଢ଼େଇ କରୁଛନ୍ତି। ତେବେ ଆଇସିସି ପ୍ରତିଯୋଗିତା ବେଳେ କୌଣସି ରାଜନୈତିକ ବାର୍ତା ଦେବା ଉପରେ ଅଙ୍କୁଶ ଜାରି ହୋଇଥିବାରୁ ଏଥିନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏପରିକି ଶନିବାର କେତେକ ପ୍ରଶଂସକ ବେଆଇନ ଭାବେ ପଡ଼ିଆ ଭିତରେ ପ୍ରବେଶ କରିଥିବାର ଖବର ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/FIGHT.jpg)
/kanak/media/post_attachments/wp-content/uploads/2019/06/pakistan-afghanistan-fight-300x164.jpg)