କନକ ବ୍ୟୁରୋ: ନବନିର୍ବାଚିତ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ସରିଫଙ୍କ ଲାହୋର ଗସ୍ତର ଦୁର୍ବଳ ଉପସ୍ଥାପନା କରିଥିବାରୁ ପାକିସ୍ତାନର ନ୍ୟାସନାଲ ଟିଭି ଚ୍ୟାନେଲ ପିଟିଭିର ୧୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସରିଫ୍ ଗତ ସପ୍ତାହରେ ଲାହୋରର କୋଟ ଲଖପତ୍ ଜେଲ ଏବଂ ରମଜାନ୍ ବଜାର ପରିଦର୍ଶନ କରିଥିଲେ ।
ଫାଇଲ ଟ୍ରାନ୍ସଫର ପ୍ରୋଟୋକୋଲ (ଏଫଟିପି) ମାଧ୍ୟମରେ ଭିଡିଓ ଫୁଟେଜ୍ ଅପଲୋଡ କରିବା ପାଇଁ ଉନ୍ନତ ଲାପଟପ୍ ଉପଲବ୍ଧ ନହେବା କାରଣରୁ ପାକିସ୍ତାନ ଟେଲିଭିଜନ୍ (ପିଟିଭି) ଟିମ୍ ଦୁର୍ବଳ ଉପସ୍ଥାପନା କରିଥିଲେ । ତେଣୁ ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ଏସଓପି ଅନୁଯାୟୀ ସାମ୍ବାଦିକଙ୍କ ଏକ ଭିଭିଆଇପି ଟିମ୍ ପ୍ରଧାନମନ୍ତ୍ରୀଙ୍କ କଭରେଜ୍ ପାଇଁ ନିୟୋଜିତ ହୋଇଥାନ୍ତି । ଟିମ ପାଖରେ ଲାପଟପ୍ ସମେତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥାଏ । ଯାହାଦ୍ୱାରା ଲାଇଭ୍ ଷ୍ଟ୍ରିମିଙ୍ଗ ଏବଂ ଯେକୌଣସି ଘଟଣାର ଫୁଟେଜ୍ ଠିକ୍ ସମୟରେ ଅପଲୋଡ କରାଯାଇପାରିଥାଏ । ଏହି ଟିମ୍ ଇସଲାମାବାଦରେ ରହିଥିବା ସହ ଦେଶ ତଥା ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାତ୍ରା କରଥାନ୍ତି ।
ତେବେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ବିଷୟରେ ଲାହୋରରେ ଥିବା ପିଟିିଭି ଶାଖାକୁ ହେଡକ୍ୱାର୍ଟର ପକ୍ଷରୁ ଅବଗତ କରାଗଲା । ସେତେବେଳେ ଲାହାରରେ ଥିବା ପିଟିଭି ଶାଖା ପକ୍ଷରୁ ଏକ ଉନ୍ନତ ଲାପଟପ୍ ପ୍ରଦାନ କରିବାକୁ ହେଡକ୍ୱାଟରକୁ କୁହାଯାଇଥିଲା । ଉନ୍ନତ ଲାପଟପ୍ ଦେବା ବଦଳରେ ପିଟିଭି ହେଡକ୍ୱାର୍ଟର ପକ୍ଷରୁ ଜଣେ ଅଧିକାରୀଙ୍କ ବ୍ୟକ୍ତିଗତ ଲାପଟପ୍ ସାମ୍ବାଦିକ ମାନଙ୍କୁ ଦିଆଯାଇଥିଲା । ସେତେବେଳେ ଲାପଟପର ବ୍ୟାଟେରୀ ଶେଷ ହୋଇଯାଇଥିଲା । ଏହି କାରଣରୁ ଏବେ ୧୭ଜଣ ସାମ୍ବାଦିକଙ୍କୁ ନିଲମ୍ବିତ ହେବାକୁ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/15.jpg)