କନକ ବ୍ୟୁରୋ : ରବିବାର ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଟାଇଟଲ ପାଇଁ ହେବ ଟକ୍କର । ମେଲବୋର୍ଣ୍ଣରେ ଏହି ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ତେବେ ଏହି ଫାଇନାଲ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ତେଣୁ ଏହା ପୂର୍ବରୁ ଫାଇନାଲ ମ୍ୟାଚ୍ ପାଇଁ କିଛି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ଯାହାକୁ ଫାଇନାଲ ମ୍ୟାଚରେ ବ୍ୟବହାର କରାଯିବ ।

Advertisment

ମ୍ୟାଚର ନିର୍ଦ୍ଧାରିତ ସମୟକୁ ନେଇ ଥିବା ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ଯେହେତୁ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି ତେଣୁ ଯଦି ଅଧିକ ସମୟର ଆବଶ୍ୟକତା ପଡେ ତାହା କରାଯିବ । ସେହିଭଳି ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ତେଣୁ ଯଦି ୧୩ ତାରିଖରେ ବର୍ଷା କାରଣରୁ ମ୍ୟାଚ୍ ହୋଇନପାରେ ତେବେ ୧୪ ତାରିଖରେ ରିଜର୍ଭ ଡେରେ ମ୍ୟାଚ୍ ଖେଳାଯିବ । ଫାଇନାଲ ମ୍ୟାଚ୍ ସର୍ବନିମ୍ନ ୧୦ ଓଭର ଲେଖାଏଁ ଖେଳାଯିବ । ଯଦି ଏହା ସମ୍ଭବ ହୋଇନପାରେ ତେବେ ଉଭୟ ପାକିସ୍ତାନ ଓ ଇଂଲଣ୍ଡକୁ ସଂଯୁକ୍ତ ବିଜେତା ଭାବେ ଘୋଷଣା କରାଯିବ । ସେହିଭଳି ଯଦି ମ୍ୟାଚ ଅଧା ଖେଳାଯିବା ପରେ ଅଟକିଥାଏ ତେବେ ପରବର୍ତ୍ତୀ ଦିନ ସେହି ସ୍ଥିତିରୁ ମ୍ୟାଚ୍ ଆରମ୍ଭ ହେବ ।