କନକ ବ୍ୟୁରୋ: ବାଲାକୋଟ ଆକ୍ରମଣ ପରେ ଭୟରେ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ଆତଙ୍କବାଦୀମାନେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନକୁ ସେମାନଙ୍କ ତାଲିମ କ୍ୟାମ୍ପକୁ ସ୍ଥାନାନ୍ତର କରିନେଇଛନ୍ତି । ଆଫଗାନିସ୍ଥାନର କାନ୍ଦାହାର, କୁନ୍ନାର ଓ ନୁରିସ୍ଥାନ ଭଳି ସ୍ଥାନରେ ଚାଲିଛି ଏହି ଆତଙ୍କବାଦୀ ସଙ୍ଗଠନଗୁଡିକର ତାଲିମ ଶିବିର ।

Advertisment

publive-image

ସବୁଠାରୁ ବଡ କଥା ହେଲା, ଏମାନଙ୍କ ସହ ହାତ ମିଳାଇଛନ୍ତି ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନ ତାଲିବାନ ଓ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ବିରୋଧରେ ଲୋକଦେଖାଣିଆ ଭାବେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏପରିକି କିଛି ଆତଙ୍କବାଦୀ ସଙ୍ଗଠନ ବିରୋଧରେ ପ୍ରତିବନ୍ଧକ ଲଗାଯାଇଛି ଓ ଆଉ କିଛି ସଙ୍ଗଠନ ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ସଜବାଜ ଚାଲିଛି । ଏହାକୁ ଏଡାଇବା ଲାଗି ଲସ୍କର ଓ ଜୈଶର ଆତଙ୍କବାଦୀ ସଙ୍ଗଠନ ଆଫଗାନିସ୍ତାନକୁ ନିଜର ତାଲିମ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି ।

publive-image

ପେଂଟାଗନର ରିପୋର୍ଟ ଅନୁସାରେ, ଲସ୍କରର ପ୍ରାୟ ୩ ଶହ ଆତଙ୍କବାଦୀ ଆଫଗାନିସ୍ଥାନରେ ଅଛନ୍ତି । ଏମାନେ ଆଫଗାନିସ୍ଥାନରେ ଥିବା ଆମେରିକା ଓ ସହଯୋଗୀ ରାଷ୍ଟ୍ରର ବିଭିନ୍ନ ବେଶ ଉପରେ ବିପଦ ସୃଷ୍ଟି କରିଛନ୍ତି । ଆଫଗାନିସ୍ତାନରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନଗୁଡିକର କ୍ୟାମ୍ପ ସିଫ୍ଟ ହେବା ପରେ କାବୁଲରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ କାବୁଲରେ ଥିବା ଭାରତୀୟ ଦୂତାବାସକୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।