ଦିଲ୍ଲୀରୁ ଗିରଫ ପାକିସ୍ତାନୀ ଆତଙ୍କବାଦୀର ବଡ଼ ଖୁଲାସା : ଜାମ୍ମୁ କାଶ୍ମୀରରେ ୫ ଯବାନଙ୍କୁ ବିଭତ୍ସ ହତ୍ୟା କରିଥିବା ନେଇ ସ୍ୱୀକାରୋକ୍ତି

କହିଲା ଆଇଏସଆଇର ସହାୟତାରେ ଜାମ୍ମୁକୁ ଯୋଗାଉଥିଲା ମାରଣାସ୍ତ୍ର

150

କନକ ବ୍ୟୁରୋ : ଦିଲ୍ଲୀରୁ ଗିରଫ ପାକିସ୍ତାନୀ ଆତଙ୍କବାଦୀର ବଡ଼ ଖୁଲାସା । ୨୦୦୯ରେ ଜାମ୍ମୁ ବସ୍ ଷ୍ଟାଣ୍ଡରେ ବିସ୍ଫୋରଣ କରିଥିଲା । ଏଥିରେ ୩ରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇଏସ୍ଆଇ ଅଧିକାରୀ ନାସିରର ନିର୍ଦ୍ଦେଶରେ ବିସ୍ଫୋରଣ କରିଥିବା କହିଛି ଅଶରଫ । ୨୦୧୧ରେ ଦିଲ୍ଲୀ ହାଇକୋର୍ଟ ବ୍ଲାଷ୍ଟର ରେକି କରିଥିଲା । ବିସ୍ଫୋରଣ କରିବା ପାଇଁ ୨ ଜଣ ପାକିସ୍ତାନୀ ଆସିଥିଲେ ।

ସେହିପରି ଜାମ୍ମୁ କଶ୍ମୀରରେ ୫ ଜଣ ଯବାନଙ୍କୁ ବିଭତ୍ସ ଭାବେ ମଧ୍ୟ ହତ୍ୟା କରିଥିବା ସେ ସ୍ୱୀକାର କରିଛି । ଏହା ସହ ଆଇଏସ୍ଆଇ ଅଧିକାରୀ ନାସିରର ନିର୍ଦ୍ଦେଶରେ ଜାମ୍ମୁକଶ୍ମୀରକୁ ମାରଣାସ୍ତ୍ର ଯୋଗାଉ ଥିବା କହିଛି ପାକିସ୍ତାନୀ ଆତଙ୍କବାଦୀ । ଆଇଏସ୍ଆଇ ଅଧିକାରୀଙ୍କ ସହ ଇ-ମେଲ ଜରିଆରେ କଥାବାର୍ତା ହେଉଥିଲା । ଇ-ମେଲରେ ଡ୍ରାଫ୍ଟ ଓ ମେସେଜ୍ ପଠାଯାଉଥିବା ପାକିସ୍ତାନୀ ଆତଙ୍କବାଦୀ ସୂଚନା ଦେଇଛି । ଦିଲ୍ଲୀରୁ ଗିରଫ ହେବା ପରେ ତାକୁ ଦୀର୍ଘ ସମୟ ଧରି ଜେରା କରାଯାଇଛି । ଅଶରଫକୁ ଏନ୍ଆଇଏ ଓ ର’ ଦୀର୍ଘ ସମୟ ଧରି ପଚରାଉଚରା କରିଛି ।