ଦିଲ୍ଲୀରୁ ଗିରଫ ପାକ୍ ଆତଙ୍କବାଦୀ  । ନବରାତ୍ରୀରେ କରିଥାନ୍ତା ବିସ୍ଫୋରଣ

617
କନକ ବ୍ୟୁରୋ: ଦିଲ୍ଲୀରୁ ଗିରଫ ହେଲା ପାକିସ୍ତାନ ଆତଙ୍କବାଦୀ । ଏହାସହ ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ  ଅଳ୍ପକେ ବର୍ତ୍ତିଛି ରାଜଧାନୀ  ଦିଲ୍ଲୀ । ସନ୍ଦେହରେ ଦିଲ୍ଲୀ ପୋଲିସ୍ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ ଲକ୍ଷ୍ମୀ ନଗର ରମେଶ ପାର୍କ ଇଲାକାରୁ ଗିରଫ କରିଛି । ତା ପାଖରୁ ଏକେ ୪୭ ରାଇଫଲ, ଗ୍ରିନେଡ୍, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍  ।
ଅଲ୍ଲୀ ନାମକ ଏହି ଯୁବକ, ଜାଲ  ଭାରତୀୟ ପରଚୟ ପତ୍ର ଆଧାରରେ ଦିଲ୍ଲୀ ଶାସ୍ତ୍ରୀ ନଗରରେ ରହିଆସୁଥିଲା । ସେଠାରେ ରହି ଦିଲ୍ଲୀର ବିଭିନ୍ନ ସ୍ଥାନ ବିଷୟରେ ତଥ୍ୟ ନେବା ସହ ଆକ୍ରମଣର ଯୋଜନା କରୁଥିଲା । ସେ ପାକିସ୍ତାନ ଆଇଏସଆଇ ଦ୍ୱାରା ପ୍ରଶିକ୍ଷଣ ନେଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରୁ ଅନ୍ୟ ଜଣେ ସିନ୍ଦିଗ୍ଧ ଯୁବକକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ୍ । ଦିଲ୍ଲୀର ଏକ ମହାବିଦ୍ୟାଳୟରେ ନାମ ଲେଖାଇ ଛାତ୍ର ଭାବେ ରହୁଥିଲେ ବି କୌଣସି ଶ୍ରେଣୀରେ ଯୋଗ ନଦେବା ସହ ତାଠାରୁ ଅନେକ ମାରଣାସ୍ତ୍ର ଥିବା ସନ୍ଦେହରେ ପୋଲିସ ତାକୁ ଗିରଫ କରିଥିଲା । ପରେ ସେ ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଥିବା ସ୍ୱୀକାର କରିଥିଲା ।