କନକ ବ୍ୟୁରୋ : ଜାତିସଂଘରେ ପାକିସ୍ତାନକୁ ଭାରତର କଡା ଜବାବ । ସୁଷମା ଶୁଣାଇଛନ୍ତି ସତର୍କବାଣୀ । କହିଛନ୍ତି, କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ । ପାକିସ୍ତାନର ନାଁ ନ ନେଇ ସୁଷମା କହିଛନ୍ତି କିଛି ରାଷ୍ଟ୍ର ଆତଙ୍କବାଦକୁ ପ୍ରଶୟ ଦେଉଛନ୍ତି । ଏହି ରାଷ୍ଟ୍ର ମାନେ ଆତଙ୍କବାଦକୁ ଜନ୍ମ ଦେଉଛନ୍ତି । ପାକିସ୍ତାନ ବନ୍ଧୁତା ବଦଳରେ ପଠାନକୋଟ ଓ ଉରି ଆକ୍ରମଣ ଦେଇଛି । ସୀମା ଆରପାଖରେ ଆତଙ୍କବାଦର ପ୍ରମାଣ ଆମ ପାଖରେ ଅଛି । ସେହିପରି ସୁଷମା କହିଛନ୍ତି ଯେ ଆତଙ୍କବାଦ ମାନବାଧିକାରର ସବୁଠାରୁ ବଡ ଉଲଂଘନ । ଆତଙ୍କବାଦୀଙ୍କୁ ପାଳିବା କିଛି ଦେଶର ସଉକ ବୋଲି ମଧ୍ୟ କହିବାକୁ ପଛାଇନାହାଁନ୍ତି ସୁଷମା। କାଶ୍ମୀରକୁ ନେଇ ସୁଷମା ନିଜ ମତ ସ୍ପଷ୍ଟ କରିଛନ୍ତି ।
ସୁଷମା ଶୁଣାଇଛନ୍ତି ସତର୍କବାଣୀ : ଜାତିସଂଘରେ ପାକିସ୍ତାନକୁ ଭାରତର କଡା ଜବାବ
/kanak/media/post_attachments/wp-content/uploads/2016/09/vlcsnap-2016-09-27-10h52m36s811.png)