କନକ ବ୍ୟୁରୋ: ବାଲାକୋଟ ଏୟାରଷ୍ଟ୍ରାଇକର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପୁଣି ଚାଲ୍ ଖେଳିଛି ପାକିସ୍ତାନ । ଏକ ପ୍ରୋପାଗଣ୍ଡା ଭିଡିଓ ଜାରି କରିି ପାକିସ୍ତାନ ଏଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଏକ ଭିଡିଓକୁ ଦେଖାଇଛି । ଏହି ଭିଡିଓରେ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରିବା ସହ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସିି ପାର୍ଥକ୍ୟ ନଥିବା କଥା କହୁଛନ୍ତି ଅଭିନନ୍ଦନ । ତେବେ ଏହି ଭିଡିଓରେ ୧୬ରୁ ୧୭ଟି କଟ୍ ଥିବା ଦେଖିବାକୁ ମିଳିଛି । ଯାହା ପରେ ଏହାର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ସାରା ବିଶ୍ୱ ସମ୍ମୁଖରେ ନିଜ ଚେହେରା ବଂଚାଇବା ପାଇଁ ଏମିତି ପ୍ରୋପାଗଣ୍ଡା ଭିଡିଓ ଜାରି କରିଛି ପାକିସ୍ତାନ । ଯେଉଁଥିରେ ପାକିସ୍ତାନ ଆର୍ମିର ମଧ୍ୟ ପ୍ରଶଂସା କରୁଥିବାର ଶୁଣିବାକୁ ମିଳୁଛି । ତେବେ ଏଡିଟ ହୋଇଥିବା ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦୁଇ ବର୍ଷ ପୁରୁଣା ଭିଡିଓରେ ୧୬ରୁ ୧୭ଥର କଟ୍ କରି ନିଜ ମନ ମୁତାବକୁ ଏଡିଟିଂ କରି ଏହି ଭିଡିଓକୁ ଜାରି କରିଛି ପାକିସ୍ତାନ । ୨୦୧୯ ଫେବ୍ରୁଆରୀ ୨୭ତାରିଖରେ ପାକ୍ ବିମାନକୁ ଭାରତୀୟ ସୀମା ଭିତରୁ ଘଉଡାଇବା ବେଳେ ପାକିସ୍ତାନ ସୀମାକୁ ପ୍ରବେଶ କରିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନ । ଏହାପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ଅଭିନନ୍ଦନ ବର୍ଦ୍ଦମାନଙ୍କୁ ଭାରତ ଫେରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Indian-Air-Force-Wing-Commander-Abhinandan-Varthaman-To-Be-Awarded-Vir-Chakra-On-Independence-Day-2019.jpg)