ଇମ୍ରାନଙ୍କୁ ଅଡୁଆ ଗିଲଗିଟ୍ ବେଲୁଚିସ୍ତାନ : ପୂର୍ଣ୍ଣ ପ୍ରଦେଶ ଘୋଷଣା ବାଟରେ ବିରୋଧୀ  ସାଜିଛନ୍ତି କଣ୍ଟା । ପାକିସ୍ତାନରେ ଆଗକୁ ରହିଛି ବିଧାନସଭା ନିର୍ବାଚନ । 

1,330
କନକ ବ୍ୟୁରୋ: ଭାରତର ସୀମା ବିବାଦ ଚୀନ ସହିତ ଜୋର ଧରିଥିବା ବେଳେ ପାକିସ୍ତାନ ସୀମା ସେପଟୁ କରୁଛି ଷଡ ଯନ୍ତ୍ର । ଏଥର ଏହି ଷଡଯନ୍ତ୍ର ରୈଜନୈତିକ ଢଙ୍ଗରେ ହେଉଛି । ପାକିସ୍ତାନ କବଜାରେ ଥିବା କାଶ୍ମୀର ଅଂଶ ସହିତ ଗିଲଗିଟ୍ ବଲ୍ଟିସ୍ତାନକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଅଧିକାର ଦେବାକୁ ବିଚାର କରୁଛି ଇମ୍ରାନ୍ ସରକାର । ହେଲେ ଏହି ବାଟ ଇମ୍ରାନଙ୍କ ପାଇଁ ଏତେଟା ସହଜ ହେବନି । ଆବଶ୍ୟକ ସାଂବିଧାନିକ ପ୍ରକ୍ରିୟାରେ ବିରୋଧୀ ଇମ୍ରାନଙ୍କ ବାଟରେ ହେବେ କଂଟା ।
ଗିଲଗିଟ୍-ବଲ୍ଟିସ୍ତାନ କୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଚିନ୍ତାରେ  । ଏହି ଦୁଇ ଅଂଚଳ ଶତ୍ରୁ ବିରୋଧୀ ଇମ୍ରାନ୍ ଖାନଙ୍କ କାମକୁ ଅଧିକ କରୁଛି କଷ୍ଟକର । ପାକିସ୍ତାନ ସରକାର ନିଜ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଗିଲଗିଟ୍ ବଲ୍ଟିସ୍ତାନକୁ ପାକିସ୍ତାନର ପଂଚମ ପ୍ରଦେଶରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ସଂସଦରେ ବହୁମତ ରଖିଥିବା ଇମ୍ରାନ୍ ଖାନଙ୍କ ସରକାର ପାଇଁ ଏହା ବି ଏତେ ସହଜ ହେବନି । ଇମ୍ରାନ୍ ସରକାର ଗିଲଗିଟ୍ ବଲ୍ଟିସ୍ତାନକୁ ପଂଚମ ପ୍ରଦେଶ ଭାବେ ଘୋଷଣାକୁ ଚରମ କାର୍ଯ୍ୟ ବୋଲି ବିଚାର କରୁଛି । ପାକିସ୍ତାନ ସରକାର ଚାହୁଁଛନ୍ତି ଜାତୀୟ ବିଧାନସଭା ଓ ସିନେଟରେ ପ୍ରତିନିଧିତ୍ୱ ସମେତ ସମସ୍ତ ସାଂବିଧାନିକ ଅଧିକାର ଏହି ଅଂଚଳକୁ ପ୍ରଦାନ କରିବ । ପୂର୍ଣ୍ଣ ପ୍ରଦେଶ ଭାବେ ଏହି ଅଂଚଳକୁ ଗଢିତୋଳିବ । ଏଥିପାଇଁ ଇମ୍ରାନ ଖାନ ସରକାରଙ୍କୁ ଆବଶ୍ୟକ ହେବ ଏକ ସାଂବିଧାନିକ ସଂଶୋଧନ । ଯାହା ସଂସଦରେ ଦୁଇ ତୃତୀୟାଂଶ ସଂଧ୍ୟା ଗରିଷ୍ଠତାରେ ହାସଲ କରାଯାଇପାରିବ । ଏହାକୁ ନଜରରେ ରଖି ବିରୋଧୀଙ୍କୁ ମନାଇବା ପାଇଁ ସେନା ମୁଖ୍ୟ ଜେନେରାଲ୍ କମାର ଜାଭେଦ ବାଜୱା ଏବଂ ଆଇଏସଆଇ ମୁଖ୍ୟ ଲେଫ୍ଟ  ଜେନେରାଲ ଫୈଜ ହମିଦ ଗତ ମାସରେ ଜେଲରେ ଥିବା ପିଏମଏଲ-ଏନ୍ ସଭାପତି ଶାହବାଜ ସରିଫ ଏବଂ ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ସମେତ ୧୫ ବରିଷ୍ଠ ବିରୋଧୀ ନେତାଙ୍କ ଭେଟିଥିଲେ । ଏହାର ନିଷ୍କର୍ଷ କଣ ସାମ୍ନାକୁ ଆସିଲା ତାହା ଜଣାପଡିନାହିଁ । ମିଳିଥିବା ସୂଚନା ଅନୁସାରେ ବିରୋଧୀ ନେତା ପାକ୍ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଆସନ୍ତା ନଭେମ୍ୱର ୧୫ ତାରିଖରେ ପାକିସ୍ତାନର ଆଗାମୀ ବିଧାନସଭା ନିର୍ବାଚନ ପରେ ଏହି ଆଲୋଚନା କରାଯାଇପାରିବ ।
ଏହି ମିଶ୍ରଣରେ ସାମିଲ ରହିଛି ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦୀୟ ଅଂଚଳ କୁହାଯାଉଥିବା ପୂର୍ବ ଜାମ୍ମୁକାଶ୍ମୀରର ଅଂଶ । ଅନୁମାନ କରାଯାଉଛି ପାକିସ୍ତାନ ସରାକରଙ୍କ ଏହି ଆଭିମୁଖ୍ୟ ପଛରେ ରହିଛି ପାକ୍ ସେନାର ଅନୁମୋଦନ । ଏହାକୁ ନେଇ ପାକିସ୍ତାନରେ ବିରୋଧୀ ଦଳ ଏବେ ଅଡୁଆଜନକ ସ୍ଥିତିରେ ରହିବେ । ବାରମ୍ୱାର ଗିଲଗିଟ୍ ବଲ୍ଟିସ୍ତାନର ଜନତା ପାକ୍ ସରକାର ବିରୋଧରେ ସ୍ୱର ଉଠାଉଛନ୍ତି । ଦେଶରୁ ନେଇ ବିଦେଶ ଯାଏଁ ଏହି ସ୍ୱର ଜୋର ହେଉଛି ।
ଜମାତ ଉମେଲା ଉସମାନ୍ ଏଫ୍ ର ନେତା ମୌଲାନା ଫଜଲୁର ରେହମାନ୍ ଇମ୍ରାନ୍ ସରକାରଙ୍କ ଏପରି ନିଷ୍ପତିକୁ ବିରୋଧ କରିଛନ୍ତି । ଭାରତ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିବା ପରି ଏହି ଗିଲଗିଟ୍ ବଲ୍ଟିସ୍ତାନକୁ ପୂର୍ଣ୍ଣ ପ୍ରଦେଶ ଘୋଷଣା , ହିମାଳୟରେ ବସବାସ କରୁଥିବା ଲୋକଙ୍କ ସ୍ୱାଧୀନତାକୁ ଏହା କ୍ଷୁର୍ଣ୍ଣ କରିବ ବୋଲି ସେ ଅଭିଯୋଗ ଆଣିଛନ୍ତି ।

Comments are closed.