m.dailyhunt.in
ସୋସିଆଲ ମିଡିଆର ଶିକାର ହେଲେ ପାକିସ୍ତାନର ଜଣେ ମନ୍ତ୍ରୀ । ସୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲାଇଭ୍ କନଫରେନ୍ସ କରୁଥିବା ସମୟରେ ପାଲଟିଲେ ବିଲେଇ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋବା ପରେ ଚର୍ଚ୍ଚା ଜୋରଧରିଛି ।
ସୂଚନା ଅନୁଯାୟୀ, ଫେସବୁକରେ ଲାଇଭ୍ କନଫରେନ୍ସ ସମୟରେ ଭୁଲରେ କ୍ୟାଟ୍ ଫିଲଟର ଆକ୍ଟିଭ ହୋଇଯାଇଥିଲା , ଫଳରେ ତାଙ୍କ ଚେହେରାରେ ବିଲେଇ ଚିତ୍ର ଆଙ୍କି ହୋଇଯାଇଥିଲା। ଲାଇଭ୍ କନଫରେନ୍ସ ସମୟରେ ତାଙ୍କ ସୋସିଆଲ ମିଡିଆ ଟିମ୍ ଭୁଲରେ କ୍ୟାଟ ଫିଲଟର ଅନ୍ କରି ଦେଇଥିଲେ। ଫଳରେ ତାଙ୍କ ଚେହେରା ବିଲେଇ ଭଳି ଦେଖାଯାଇଥିଲା, ଯେମିତି କି କ୍ୟାଟ ଫିଲଟରରେ ହୋଇଥାଏ।
ଏହି ଫିଲଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ସାମ୍ବାଦିକ ସମ୍ମିଳନୀ ନିକଟରେ ପ୍ରାନ୍ତୀୟ ଆସେମ୍ବଲି ଦ୍ୱାରା କରାଯାଇଥିବା ନିଷ୍ପତ୍ତିକୁ ନେଇ ଆୟୋଜିତ ହୋଇଥିଲା। କ୍ୟାଟ ଫିଲଟର ଇନ-ଆକ୍ଟିଭ କରିବା ପୂର୍ବରୁ ହିଁ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାର ସ୍କ୍ରିନସଟ୍ ନେଇଯାଇଥିଲେ। ଏବଂ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ। ରୋଶନ ରାୟ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଫିଲଟର ହଟାଇ ଦିଆଯାଉ ବ୍ୟକ୍ତି ବିଲେଇ ବନି ସାରିଲେଣି।’
Follow Us