ଆଲୋକର ପର୍ବ ଦୀପାବଳି ପୂର୍ବରୁ ଭାରତ ଏବଂ ପାକିସ୍ତାନ ଭିତରେ ଏବେ ପରିସ୍ଥିତି ଗରମ ଅବସ୍ଥାରେ ଅଛି । ପାକିସ୍ତାନ ପକ୍ଷରୁ ପୁଣିଥରେ ସିଜଫାୟାର୍ ର ଉଲ୍ଲଂଘନ କରାଯାଇଛି ଯାହାର ଜବାବରେ ଭାରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଛି । କିନ୍ତୁ ଏଥିମଧ୍ୟରେ ପ୍ରତିବର୍ଷ ଭଳି ଦୀପାବଳି ଅବସରରେ ସୀମାରେ ଯେଉଁ ମିଠେଇ ନେଣଦେଣର ପରମ୍ପରା ରହିଥାଏ ତାହା ଏହିବର୍ଷ ହୋଇନାହିଁ । ସୂତ୍ରନୁସାରେ, ପ୍ରତିବର୍ଷ ଇସଲାମାବାଦରେ ଥିବା ଭାରତୀୟ ହାଇ କମିଶନ୍ ଦୀପାବଳୀ ଅବସରରେ ପାକିସ୍ତାନର ପ୍ରତିଟି ପ୍ରମୁଖ ଅଫିସରେ ମିଠେଇ ପଠାନ୍ତି ।
ତେବେ ଚଳିତ ବର୍ଷ ପାକିସ୍ତାନ ପ୍ର୍ରଥମେ ପ୍ରୋଟୋକୋଲ୍ କୁ ସମ୍ମାନ ଜଣାଇ ମିଠେଇକୁ ଗ୍ରହଣ କରିଥିଲେ କିନ୍ତୁ ପରେ ଏହାକୁୁ ଫେରସ୍ତ କରିଥିଲେ । ଇସଲାମାବାଦ୍ ଆଇଏସଆଇ ବ୍ୟତୀତ ଅନ୍ୟ ଅଧିକାରୀମାନେ ତଥା ପାକ୍ ରେଞ୍ଜର୍ସମାନେ ମଧ୍ୟ ମିଠେଇ ଗ୍ରହଣ କରିନଥିଲେ । ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ କୁ ପଙ୍ଗୁ କରିଦେବା ପରେ ଦୁଇଦେଶ ଭିତରେ ଏବେ ପରିସ୍ଥିତି ଜଟିଳ ହୋଇପଡିଛି । ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଏବେ ରକ୍ତ ଚାଉଳ ଚୋବାଉଛି । କେତେବେଳେ ସିଜଫାୟାର୍ ଉଲ୍ଲଂଘନ କରି ତ ଆଉ କେତେବେଳେ ଯବାନ ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ୍ କରି ପାକିସ୍ତାନ ତାର ରାଗ ବାହାର କରୁଛି । ଆଉ ପାକ୍ ର ଏଭଳି କାମକୁ ଭାରତୀୟ ସେନା ପଣ୍ଡ କରିବାରେ ଆଦୌ ପଛଘୁଞ୍ଚା ଦେଉନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/wagah-border-PTI-750x500.jpg)
/kanak/media/post_attachments/wp-content/uploads/2019/10/56433ad61ed43-300x180.jpg)