କନକ ବ୍ୟୁରୋ: ଆଫଗାନିସ୍ତାନ ମୁଦ୍ଦାକୁ ନେଇ ଋଷରେ ଡକାଯାଇଥିଲା ବୈଠକ । ଆଉ ଏହି ବୈଠକରେ ଭାରତ, ଚୀନ, ଇରାନ ଓ ଆମେରିକା ଭଳି ଦେଶ ଉପସ୍ଥିତ ଥିଲେ । ଏହି ବୈଠକରେ ହିଁ ପାକିସ୍ତାନର ଅଧିକାରୀ ନିଜର ଜଣେ ମନ୍ତ୍ରୀଙ୍କ ମଜାକ ଉଡାଇଥିଲେ । ଆଉ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।
ଏହି ବୈଠକ ଶେଷ ହେବା ପରେ ପାକିସ୍ତାନର ଦୁଇ ଅଧିକାରୀ ନିଜ ଦେଶରେ ମାନବଧିକାର ମନ୍ତ୍ରୀ ସିରିନ ମଜାରୀ ଓ ତାଙ୍କ ଝିଅ ମଧ୍ୟରେ ହୋଇଥିବା ଟ୍ୱିଟର ବିବାଦ ବିଷୟରେ ଆଲୋଚନା କରୁଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସେମାନେ ମାଇକ ବନ୍ଦ ନକରି ଏହି କଥା ଆଲୋଚନା କରୁଥିଲେ ।
ସେମାନେ ଉର୍ଦ୍ଦୁରେ କଥା ହେଉଥିଲେ କି, ଆରମ୍ଭରୁ ହିଁ ସେମାନେ ବହୁତ ଆଗ୍ରେସିଭ, ଏହାପରେ ସେମାନେ ହସିବାକୁ ଲାଗିଲେ । ଏହି ସବୁ କଥା ମାଇକରେ ଶୁଣାଯାଉଥିଲା । କାରଣ ସେମାନେ ମାଇକ ବନ୍ଦ କରିବାକୁ ଭୁଲିଯାଇଥିଲେ ।
ପାକିସ୍ତାନର ମାନବଧିକାର ମନ୍ତ୍ରୀ ସିରିନ ମଜାରୀ ଓ ତାଙ୍କ ଝିଅଙ୍କ ଟ୍ୱିଟର ବିବାଦ ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି । ସିରିନଙ୍କ ଝିଅ ଅଭିଯୋଗ କରିଥିଲେ କି ଇମ୍ରାନ ଖାନ ସରକାର ଚଳାଇବା ପାଇଁ କଳା ଯାଦୁର ସାହାରା ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/19-24.jpg)