କଶ୍ମୀର କାହାଣୀର ଅଭୁଲା ସ୍ମୃତି: ଧାରା ୩୭୦ ଉଚ୍ଛେଦ ପରେ ଚିହିଁକି ଉଠିଥିଲା ପାକିସ୍ତାନ, ସୀମାରେ ଭାରତ ମିଠା ନେଇନଥିଲା ପାକ୍ ସେନା ।

Advertisment
କଶ୍ମୀର କାହାଣୀର ଅଭୁଲା ସ୍ମୃତି: ଧାରା ୩୭୦ ଉଚ୍ଛେଦ ପରେ ଚିହିଁକି ଉଠିଥିଲା ପାକିସ୍ତାନ, ସୀମାରେ ଭାରତ ମିଠା ନେଇନଥିଲା ପାକ୍ ସେନା ।

କନକ ବ୍ୟୁରୋ : ଯେତେବେବେ କାଶ୍ମୀର କାହାଣୀ ପାଇଁ ଧାରା ୩୭୦ ଉଚ୍ଛେଦ ଏବଂ ନୂଆ ସୂର୍ଯ୍ୟ ଦେଖିଥିଲେ ଜମ୍ମୁ-କଶ୍ମୀରବାସୀ ଠିକ୍ ସେତିକି ବେଳେ ପାକିସ୍ତାନ ଚଳାଇଥିଲା ଚାଲ୍ । ଆକ୍ରୋଶ ନିଆଁରେ ଜଳୁଥିବା ପାକ୍ ଏତେ ତଳକୁ ଖସିଯାଇଥିଲା ଯେ, ଭାରତୀୟ ଯବାନଙ୍କ ଠାରୁ ମିଠା ନେବାକୁ ମନା କରିଦେଇଥିଲା ପାକ୍ । ଇଦ-ଉଲ-ଜୁହା ଅବସରରେ ପାକିସ୍ତାନ ଭାରତୀୟ ବିଏସଏଫଙ୍କ ଠାରୁ ମିଠା ଗ୍ରହଣ କରିନଥିଲା ।

ଯାହା ଫଳରେ ଚଳିତ ବକ୍ରି ଇଦରେ କାଶ୍ମୀରର ହୁସେନବାଲା ସୀମାରେ ଚଳିତ ଥର ମିଠା ଆଦାନ ପ୍ରଦାନ ହୋଇପାରିନଥିଲା । ପ୍ରତି ବଡ଼ ବଡ଼ ଉତ୍ସବରେ ଯେପରି ଅଟାରୀ ଓ ୱାଘା ସୀମାରେ ପାକିସ୍ତାନ ଓ ଭାରତ ମଧ୍ୟରେ ମିଠା ଦିଆନିଆ କରି ଖୁସି ବଂଟା ଯାଉଥିଲା ତାହା ଏଥର ହୋଇନଥିବା ଦେଖିବାକୁ ମିଳିଥିଲା ।

ପ୍ରତିବର୍ଷ ପରି ଏଥର ମଧ୍ୟ ବିଏସଏଫ ଯବାନ ଅନ୍ତରାଷ୍ଟ୍ରୀୟ ସୀମାରେ ମିଠା ଦେବା ପାଇଁ ପ୍ରସ୍ତୁତି କରିଥିଲା । କିନ୍ତୁ ପାକିସ୍ତାନ ବିଏସଏଫଙ୍କ ଠାରୁ ମିଠା ନେବାକୁ ମନା କରିଦେଇଥିଲା । ଜଣେ ବିଏସଏଫ ଯବାନ ଏହାକୁ ନେଇ କହିଥିଲେ କି, ପ୍ରତିବର୍ଷ ଉତ୍ସବରେ ପାକିସ୍ତାନ ତରଫରୁ ମିଠା ଦେଣନେଣ ପାଇଁ ସନ୍ଦେଶ ଆସୁଥିଲା କିନ୍ତୁ ଚଳିତ ଥର ତାହା ଆସିନାହିଁ । ଜମ୍ମୁ କଶ୍ମୀରକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଧାରା ୩୭୦ ଉଚ୍ଛେଦ ପରେ ଭାରତ ପାକିସ୍ତାନ ମଧ୍ୟରେ ପୂର୍ବରୁ ଲାଗି ରହିଥିବା ଶତୃତା ଅଧିକ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe